ଅପରାଧଓଡ଼ିଶା ଖବରନ୍ୟୁଜ୍

ମୋବାଇଲ୍ ପାଇଁ ହତ୍ୟାକାଣ୍ଡ

ନିଜ ସାଙ୍ଗକୁ ମାରି ଦେଲେ। ଏହି ହତ୍ୟାକାଣ୍ଡ ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଛତାବେଡ଼ା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ସୁକଲାଲ ରାଉତ। ତାଙ୍କ ସାଙ୍ଗ ତଥା ଗିରଫ ଅଭିଯୁକ୍ତ ନାଁ ଘନଶ୍ୟାମ ମାଝୀ।

ରାଇଘର ଆଇଆଇସି ଟଙ୍କଗିରି ଭୋଇ ଦେଇଥିବା ସୂଚନା ଅନୁଯାୟୀ, ସୁକଲାଲ ଓ ଘନଶ୍ୟାମ ଗତ ୭ ତାରିଖ ରାତିରେ ଏକାଠି ବସି ମଦ ପିଇଥିଲେ। ନିଶାରେ ଥିବା ବେଳେ ଦୁହିଁଙ୍କ ମଧ୍ୟରେ ମୋବାଇଲ୍‌କୁ ନେଇ ବଚସା ହୋଇଥିଲା। ଘନଶ୍ୟାମ ଅଭିଯୋଗ କରିଥିଲେ ଯେ ସୁକଲାଲଙ୍କ ପାଖରେ ତାଙ୍କ ମୋବାଇଲ ଅଛି। କିନ୍ତୁ ସୁକଲାଲ ଏହାକୁ ଖଣ୍ଡନ କରିଥିଲେ। ଫଳରେ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବଚସା ମାରପିଟର ରୂପ ନେଇଥିଲା। ଏହି ସମୟରେ ଉତ୍ତ୍ୟକ୍ତ ଘନଶ୍ୟାମ ନିକଟରେ ପଡ଼ିଥିବା ଏକ ଇଟାରେ ସୁକଲାଲଙ୍କ ମୁଣ୍ଡରେ ଆଘାତ ଦେଇଥିଲେ। ସୁକଲାଲ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲେ।

ମଦ ପିଇ ସୁକଲାଲ ସେମିତି ଶୋଇଥିବେ ଭାବି ପରିବାର ଲୋକେ କୌଣସି ଚିକିତ୍ସା ନକରାଇ ତାଙ୍କୁ ନେଇ ଘରେ ରଖିଥିଲେ। ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସେମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ରାଇଘର ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଭିଯୁକ୍ତ ଘନଶ୍ୟାମ ମାଝୀଙ୍କୁ ଗିରଫ କରିଛି। ପୁଲିସ୍ ଘଟଣାର ଅଧିକ ଛାନଭିନ କରୁଛି।

Related posts

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

Odisha Halchal

ଋଣ ବୋଝ ସହିପାରିଲେଣି ମା ଓ ପୁଅ, ଶେଷରେ କୀଟନାଶକ ପିଇ ଜୀବନ ହାରିଲେ

Odisha Halchal

ପଞ୍ଚାୟତ ନିର୍ବାଚନ: ଶେଷ ହେଲା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଦିନ ୧ଟା ସୁଦ୍ଧା ୭୦ ପ୍ରତିଶତ ମତଦାନ

Odisha Halchal

Leave a Comment