ଓଡ଼ିଶା ଖବରନ୍ୟୁଜ୍

ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ

ଗଞ୍ଜେଇ ଚାଷ ପାଇଁ ଅନୁମତି ମାଗିଲେ ଚାଷୀ

ଖପ୍ରାଖୋଲ(ବ୍ୟୁରୋ ଓଡିଶା ହାଲଚାଲ):-ବାରମ୍ବାର ଅନୁରୋଧ ପରେ ମଧ୍ୟ ଜଣେ ପଞ୍ଜିକୃତ ଚାଷୀ ଉତ୍ପାଦିତ ଧାନ ବିକ୍ରୟ କରି ପାରିଲେ ନାହିଁ । ଶେଷରେ ପୈତୃକ ଜମିରେ ଧାନ ପରିବର୍ତ୍ତେ ଗଞ୍ଜେଇ ଚାଷ ପାଇଁ ଜିଲ୍ଲାପାଳ ଙ୍କୁ ତହସିଲଦାର ଙ୍କ ଜରିଆରେ ଅନୁମତି ମାଗିଛନ୍ତି । ଜାନୁଆରୀ ୨୦ ଭିତରେ ତାଙ୍କ ଅମଳ ହୋଇଥିବା ସମସ୍ତ ଧାନ ବିକ୍ରୟ ହୋଇନପାରିଲେ ଏବଂ ଗଞ୍ଜେଇ ପାଇଁ ତାଙ୍କୁ ବିଧିବଦ୍ଧ ଅନୁମତି ନ ଦେଲେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ତହସିଲ ଭାଲୁଡୁଙ୍ଗୁରି ମୌଜା ର ଚାଷୀ ନିଲାମ୍ବର ବିଶ୍ୱାଳ ଦରଖାସ୍ତ ଦେବା ଘଟଣା ଆଲୋଡନ ଖେଳାଇ ଦେଇଛି ।

ମିଳିଥିବା ସୂଚନା ଅନୁସାରେ ନିଲାମ୍ବର ବିଶ୍ୱାଳ ତାଙ୍କ ଭାଲୁଡୁଙ୍ଗୁରି ମୌଜାରେ ଥିବା ୧୫ ଏକର ପୈତୃକ ଜମିରେ ୨୦୨୨-୨୦୨୩ ଖରିଫ ଋତୁରେ ଧାନ ଚାଷ କରିଥିଲେ । ପଞ୍ଜିକୃତ ହେବା ପରେ ତାଙ୍କ ନାଁରେ ୭୮ କୁଇଣ୍ଟାଲ ଓ ତାଙ୍କ ପୁତୁରା ଅବିନାଶ ବିଶ୍ୱାଳଙ୍କ ନାଁରେ ୫୪ କୁଇଣ୍ଟାଲ ଧାନ ବିକ୍ରୟ ପାଇଁ ଅନୁମତି ମିଳିଥିଲା । ତେବେ ତାଙ୍କ ଅଧା ଜମିକୁ ଜାଣିଶୁଣି ପଞ୍ଜିକୃତ କରାଯାଇ ନ ଥିବା ଖପ୍ରାଖୋଲ ତହସିଲଦାର ଙ୍କୁ ଜଣାଇବା ପରେ ଧଣ୍ଡାମୁଣ୍ଡା ରାଜସ୍ବ ଅଧିକାରୀ ତାଙ୍କ ଜମି କୁ ଯାଇ ଯାଞ୍ଚ କରି ଫେଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ରିପୋର୍ଟ ଦେଇ ନ ଥିଲେ ।

ରାଜସ୍ବ ଅଧିକାରୀ ଙ୍କ ସର୍ଭେ ରିପୋର୍ଟ ଏବଂ ତାଙ୍କ ଧାନ ବିକ୍ରୟ ସମସ୍ୟାକୁ ନେଇ ଚାଷୀ ନିଲାମ୍ବର ଖପ୍ରାଖୋଲ ଠାରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ । ସେତେବେଳେ ଜିଲ୍ଲାପାଳ ତାଙ୍କୁ ଧାନ ବିକ୍ରି ନେଇ କୋୖଣସି ସମସ୍ୟା ହେବ ନାହିଁ ବୋଲି ଆଶ୍ୱାସନା ଦେଇଥିଲେ । ଜିଲ୍ଲାପାଳ ଙ୍କ ଏହିଭଳି ଆଶ୍ୱାସନା ରେ ଗତ ୨ ତାରଖ ରୁ ଧାନକୁ ମଣ୍ଡିରେ ପକାଇ ରଖିଥିଲେ ମଧ୍ୟ ନିଲାମ୍ବରଙ୍କ ଧାନ ଏ ପର୍ଯ୍ୟନ୍ତ ବିକ୍ରି ହୋଇନାହିଁ । ନିଲାମ୍ବର ତହସିଲଦାର ଙ୍କୁ ଦେଇଥିବା ଦରଖାସ୍ତ ରେ ଲେଖିଛନ୍ତି ଯେ, ଠିକଣା ସମୟରେ ଧାନ ବିକ୍ରୟ ହୋଇ ନ ଥିବାରୁ ଅର୍ଥା ଭାବ ଯୋଗୁଁ ସେ ତାଙ୍କ ୧୫ ଏକର ଜମିରେ ଡାଲୁଅ ଧାନ ପାଇଁ ତଳି ପକାଇ ପାରିଲେ ନାହିଁ ।

୨୦ ତାରିଖ ତାଙ୍କର ଧାନ ବିକ୍ରୟ ନ ହେଲେ ସବୁ ଧାନକୁ ତହସିଲ ଅଫିସ ରେ ପକାଇ ଦେବେ ଏବଂ ଭବିଷ୍ୟତରେ କେବେ ଧାନ ଚାଷ କରିବେ ନାହିଁ ଓ ଆଗକୁ ଆଉ ଜମି ଖଜଣା ମଧ୍ୟ ଦେବି ନାହିଁ ବୋଲି ସେ ଲେଖିଛନ୍ତି । ଧାନଚାଷ କରି ସେ ପରିବାର ପ୍ରତିପୋଷଣ କରିପାରୁ ନାହାନ୍ତି । ଏଣୁ ତାଙ୍କୁ ତାଙ୍କ ପୈତୃକ ଜମିରେ ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଅନ୍ତୁ ବୋଲି ନିଲାମ୍ବର ଜଣାଇଛନ୍ତି । ତାଙ୍କ ସବୁ ଧାନ ବିକ୍ରୟ ନ ହେଲେ ଏବଂ ଗଞ୍ଜେଇ ଚାଷ ପାଇଁ ଅନୁମତି ନ ଦେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ନିଲାମ୍ବର ଜଣାଇଛନ୍ତି ।

Related posts

ବ‌ଙ୍ଗୋମୁଣ୍ଡାରେ ୧୪୪ ଧାରା

Odisha Halchal

ଦେବାଳିଆ ହେବାରୁ ବର୍ତ୍ତିବ ଫ୍ୟୁଚର ଗ୍ରୁପ୍

Odisha Halchal

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha Halchal

Leave a Comment