ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ

ମାଲକାନଗିରି:-(ରିପୋର୍ଟ:- କ୍ରିଷ୍ଣପଦ ରାୟ) ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଏମଭି ୭ ଜଗନ୍ନାଥପଲ୍ଲି ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ସହିତ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ, କୃପାସିନ୍ଧୁ ବେହେରା ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା, ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ଧର, ପ୍ରଧାନ ଶିକ୍ଷକ ସହିତ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସକାଳ ୧୦ଘଣ୍ଟିକା ସମୟରେ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ, ଜିଲ୍ଲାର ମୋଟ ୩୮ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସେଥିମଧ୍ୟରୁ ୪ଟି ପ୍ରକଳ୍ପ କୁ ରାଜ୍ୟସ୍ତରୀୟ ମନୋନୀତ ହୋଇଛି। ଦ୍ଵିତୀୟ ଅଧିବେଶନ ତଥା ଉଦଯାପିତ ଉତ୍ସବରେ ଅପରାହ୍ନ ୩ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ମହେଶ୍ୱର ଚନ୍ଦ୍ର ନାୟକ, ମୁଖ୍ୟ ବକ୍ତା ତଥା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଢ଼ୀ, ଖଇରପୁଟ ବ୍ଲକ ଶିକ୍ଷା ଅଧିକାରୀ ଶଶିଭୂଷଣ ମିଶ୍ର, ସାମ୍ବାଦିକ ସଂଘ ଏମ.ଇଉ.ଜେ ସଭାପତି ଦେବପ୍ରସାଦ ଦାସ, ଏସ.ଏମ.ଡିସି ସଭ୍ୟ ବିଜୟ କୁମାର ବିଶ୍ବାଳ, ଏବଂ ବିକାଶ ବୈରାଗୀ ପ୍ରମୁଖ ଉପସ୍ଥିତ ରହିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମ ଟି ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସନ୍ଦିପ୍ତ କୁମାର ଦାସ ସୂଚାରୁରୂପେ ପରିଚାଳନା କରିଥିଲେ।

Related posts

ଲିଭ ଇନ ରିଲେସନଶିପରେ ସଂପର୍କ ଖରାପ ହେଲେ ଦୁଷ୍କର୍ମ ଅଭିଯୋଗ ଲଗାଯାଇ ପାରିବ ନାହିଁ

Odisha Halchal

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

Odisha Halchal

ଟ୍ରେନରେ ଲାଗିଲା ନିଆଁ

Odisha Halchal

Leave a Comment