ଓଡ଼ିଶା ଖବରନ୍ୟୁଜ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୩ ଗୁରୁତର।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୩ ଗୁରୁତର।

ସୁନ୍ଦରଗଡ଼:(ଓଡିଶା ହାଲଚାଲ):-ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ୨୧୫ ଜାତୀୟ ରାଜପଥ ସୁଖାବନ୍ଧ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ୩ ଗୁରୁତର ହୋଇଥିବା ଜଣାପଡିଛି।ସୂଚନା ମୁତାବକ ପାଲଲହଡା ଅଞ୍ଚଳୁରୁ କେବଲାଙ୍ଗ ଅଞ୍ଚଳ କୁ ବିବାହ କାର୍ଯ୍ୟ ରେ ଯୋଗ ଦେବା ପାଇଁ ଯାଉଥିବା ବେଳେ କାର ଓ ହାଇୱ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଘଟଣାସ୍ଥଳରେ ଜଣେ ଓ ଲହୁଣୀପଡ଼ା ଡାକ୍ତର ଖାନା ରେ ଚିକିସ୍ଚିତ ଅବସ୍ଥାରେ ଆଉ ଜଣକୁ ମିଶାଇ ୨ ଜଣଙ୍କ ର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଗୁରୁତର ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଓଡି ୧୯ ଏସ କାର ଟି ଲହୁଣୀପଡା ପଟରୁ କେବଲାଙ୍ଗ ପଟକୁ ଯାଉଥିବା ବେଳେ ଅନ୍ୟ ପଟରୁ ଆସୁଥିବା ହାଇୱ ଓଡି ୧୪ ଆର ୪୪୭୩ ଗାଡି ଟି ସମ୍ମୁଖ ପଟରୁ ଜୋରଦାର ଧକ୍କା ଦେଇଥିଲା। ହାଇୱ ଗାଡି ଟି ଦୃତ ଗତିରେ ଆସୁଥିଲା ଯେ କାର ଧକ୍କା ଦେଇ ପାଖାପାଖି ରାସ୍ତା ତଳକୁ ୨୦୦ ଶହ ମିଟର ଜମି ଭିତରକୁ ପଶି ଯାଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତ ତଦନ୍ତ ଆରମ୍ଭ କରିବା‌ ପ୍ରାଣ ହରାଇ ଥିବା ଦୁଇ ଜଣଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

Related posts

ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକ ର ଛାୟା ଖେଳିଗଲା

Odisha Halchal

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

Odisha Halchal

ଶଶୁର ଘର ଭିତରେ ଜ୍ୱାଇଁ ର ଆତ୍ମହତ୍ୟା

Odisha Halchal

Leave a Comment