ଓଡ଼ିଶା ଖବରନ୍ୟୁଜ୍

70 ପରିବାର ଙ୍କ ଭରସା ସାଜିଛି ବାଉଁଶ ପୋଲ

70 ପରିବାର ଙ୍କ ଭରସା ସାଜିଛି ବାଉଁଶ ପୋଲ

ଦହମୁଣ୍ଡା :ସ୍ୱାଧୀନତା କୁ 75 ବର୍ଷ ବିତିଗଲେ ବି ଆଜି ବି ଗାଁ କୁ ରାସ୍ତା ଟିଏ ହେଇପାରୁନି, ହେଲେ ପ୍ରତିଶୃତି ର ପାହାଡ଼ ଉପରେ ବସାଇ ନିରୀହ ଭୋଟର ଙ୍କୁ ଧୋକା ଦେଇ ଚାଲିଛନ୍ତି ଜନ ନେତା ନିର୍ବାଚନ ଆସିଲେ ପ୍ରତିଶୃତି ର ପାହାଡ଼ ଆଙ୍କି ବେ ଏବଂ ନିର୍ବାଚନ ସରିଲେ ଲୋକ ଙ୍କ ପ୍ରତିଶୃତି କୁ ଭୁଲିଯାନ୍ତି ଯାହା କି ଆମ ଗଣତନ୍ତ୍ର ପାଇଁ ଅଶୁଭଙ୍କର, ଯାହା କି ଗାଁ ପାଇଁ ରାସ୍ତା ଟିଏ ନାହଁ, ଯାହା କି ଗ୍ରାମବାସୀ ଙ୍କ ର ଏହା ସବୁଦିନ ର ଦୁଃଖ

ଏହା କୌଣସି ପାହାଡିଆ ଅଂଚଳ ର ନୁହେଁ ଏହା ଉତ୍ତର ଓଡିଶା ର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଭୋଗରାଇ ପଂଚାୟତ ର ଲକ୍ଷୀପାଟଣା ଗ୍ରାମ ଘଟଣା, ଏହି ଗ୍ରାମ ରେ ପ୍ରାୟ 70 ପରିବାର ର 400 ଶହ ଲୋକ ବସ ବାସ କରନ୍ତି କିନ୍ତୁ ଏମାନଂକ ପାଇଁ ଏହି ଏକ ମାତ୍ର ବାଉଁଶ ପୋଲ ହିଁ ସାହା ଭରସା ଛାତ୍ର ଛାତ୍ରୀ ମାନେ ପାଠ ପଢା ଠୁ ଆରମ୍ବ କରି ଚାଷ କାର୍ଯ୍ୟ,ବଜାର କୁ ଯିବା ଆସିବା, ଘର ନିର୍ମାଣ ପାଇଁ ସାମଗ୍ରୀ କିଣିବା ବା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତର ଙ୍କ ପାଖକୁ ଯିବା ପାଇଁ ଏହା ହିଁ ଏକ ମାତ୍ର ସାହା ଭରସା, ଲକ୍ଷୀପାଟଣା ଗ୍ରାମ ବାସି ଙ୍କ ପାଇଁ ହେଉଛି ଏହା ଚିର ଦୁଖୀ ସାଜିଛି, ଗ୍ରାମବାସୀ ମାନେ ନେତାଙ୍କୁ ଗୁହାରି ସହିତ ପ୍ରଶାସନ କୁ ବାରମ୍ବର ଜଣାଇବା ପରେ ମଧ୍ୟ ଏହା ସଫଳ ହେଉନି

ଗ୍ରାମବାସୀ ଙ୍କ କହିବା ଅନୁସାରେ ନିର୍ବାଚନ ଆସିଲେ ନେତା ମାନେ ପୋଲ ନିର୍ମାଣ ର ପ୍ରତିଶୃତି ଦିଅନ୍ତି ହେଲେ କାର୍ଯ୍ୟକାରୀ ହେଇପାରୁନି ବୋଲି ଲୋକ ଅଭିଯୋଗ କରୁଛନ୍ତି, ଏମିତି ବି ହେଉଛି ଯାହା ଘର କୁ ବାଇକ ସାଇକେଲ ବି ନେବା କଷ୍ଟସାଧ୍ୟ ହେଇପଡ଼େ ଏବଂ କୁନିକୁନି ପିଲା ମାନେ ବିପଦସଂକୁଳ ଅବସ୍ଥା ରେ ବିଦ୍ୟାଳୟ କୁ ପାଠ ପଡ଼ିବାକୁ ଯାଆନ୍ତି ତ ଆଉ କେତେବେଳେ ଏହି ଗ୍ରାମ କୁ ଝିଅ ବାହା ଦେବା ପାଇଁ ଅନେକ ପରିବାର ଇଛା ପ୍ରକାଶ କରୁନାହାନ୍ତି ବିଶେଷ ଭାବରେ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ଯଦି ଜଣେ ରୋଗୀ ଗୁରୁତ୍ର ହେଲା ତାହେଲେ ତାଙ୍କୁ ଖଟିଆ ସାହାଯ୍ୟ ରେ ବାଉଁଶ ପୋଲ ମାଧ୍ୟମ ରେ ଏହି ସୁବର୍ଣ୍ଣରେଖା ର ଶାଖା ନଦୀ ପାର କରାଯାଏ

ଯାହା କି ବିପଦ ସଂକୁଳ, ଏହି ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନ କୁ ଗୁହାରି କଲେ ମଧ୍ୟ ଏହା ସୁଫଳ ଦେଖିବାକୁ ମିଳୁନି, ଯଦି ଯଥାଶୀଘ୍ର ଏହାର ସମାଧାନ ନ କରାଯାଏ ତାହେଲେକାଁହୁ ଚରଣ ବେହେରା, ବିଜୟ ବେହେରା, ପ୍ରବୀର ମଙ୍ଗଜ, ମଙ୍ଗିଳି ଜେନା ଜଗନ୍ନାଥ ମାଝୀ, ଅଭିମନ୍ୟୁ ଦଳାଇ, ପଚୁ ବେଗ, ଚକ୍ରଧର ବାରିକ,ପ୍ରମୁଖ ସମତେ ଗ୍ରାମବାସୀ ମାନେ ରାଜ ରାସ୍ତା କୁ ଓଲ୍ହାଇବେ ବେ ବୋଲି ଚେତାବନୀ ଦେଖିଛନ୍ତି

Related posts

ଧକ୍ ଧକ୍ ଗର୍ଲଙ୍କ ସହ ଘଟିଥିଲା ଏମିତି ଘଟଣା

Odisha Halchal

ସ୍ତ୍ରୀକୁ ହତ୍ୟା କରି ଶଳା ଭାଉଜ ସହ ଫେରାର

Odisha Halchal

ସିକୁଆଁ ରେ ନାମଯଜ୍ଞ ପାଇଁ ଶୁଭ ସ୍ଥଂଭ ସ୍ଥାପନ

Odisha Halchal

Leave a Comment