ଅପରାଧଓଡ଼ିଶା ଖବରନ୍ୟୁଜ୍

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

ଆଜୀବନ କାରାଦଣ୍ଡରେ ଦଣ୍ଡିତ ପୂର୍ବତନ ବିଧାୟକ

ଗୁଣୁପୁର(ଓଡିଶା ହାଲଚାଲ):-ନିଜ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ।

ଗତ ୧୯୯୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ଭୁବନେଶ୍ୱର ବିଧାୟକ କଲୋନୀ ରେ ରାମମୂର୍ତ୍ତି ଙ୍କ ବାସଭବନ ଡିଏସ୧୮/୧ ରୁ ତାଙ୍କ ପତ୍ନୀ ଶଶୀରେଖା ଗମାଙ୍ଗ ଙ୍କ ଦରପୋଡା ମୃତଦେହ ମିଳିଥିବା ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲା । ଆଜି ଏହି ଘଟଣାରେ ରାମମୂର୍ତ୍ତି ଗାମଙ୍ଗ ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ତୃତୀୟ ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଭୁବନେଶ୍ୱର,ଖୋର୍ଦ୍ଧା ।

ପତ୍ନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା ୩୦୨ ଲାଗିଥିବା ଜଣାପଡିଛି । ହତ୍ୟାର ଶିକାର ହେଇଥିବା ପତ୍ନୀଙ୍କ ଘର ରାମାନଗୁଡା ବ୍ଲକ୍ ବଡ଼ କୁଜେନ୍ଦ୍ରି ବୋଲି ଜଣାପଡିଛି । ମୃତ ପତ୍ନୀ ରାମମୂର୍ତ୍ତି ଙ୍କ ନିଜ ଶାଳୀ ତଥା ଦ୍ଵିତୀୟ ପତ୍ନୀ ବୋଲି ଜଣାପଡିଛି ।

Related posts

ତିନି ଛୁଆଙ୍କୁ ଛାଡ଼ି ଚାଲିଗଲା ମାଆ

Odisha Halchal

ଫେକ୍ କଷ୍ଟମର କେୟାର ନମ୍ବର ଉପରେ ଲାଗିବ ଲଗାମ୍

Odisha Halchal

ଟ୍ୟୁସନ କରିବାକୁ ଆସି , ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଲୀଳ ଭିଡିଓ

Odisha Halchal

Leave a Comment