ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀ

ଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀ

ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ) ଚନ୍ଦାହାଣ୍ଡି ବ୍ଲକ ର ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ର ଜାମଲିପଡ଼ା ଗ୍ରାମବାସୀ ଓଡିଶା ରେ ନ ରହି ଛତିଶଗଡ଼ ରାଜ୍ୟ ରେ ମିଶିବା ପାଇଁ ଚାହିଁ ଛନ୍ତି। ସେମାନଙ୍କୁ ମିଳିଥିବା ପଡିକାର୍ଡ କୁ ସରପଞ୍ଚ କୁ ହସ୍ତାନ୍ତର କରିଛନ୍ତି। ସେମାନଙ୍କୁ ଚାଉଳ ବ୍ୟତୀତ ଅନ୍ୟ କୌଣସି ସରକାରୀ ସୁବିଧା ଓ ସୁଯୋଗ ପାଉନଥିବା ଅଭିଯୋଗ କରି ସେମାନେ ଆସନ୍ତା 29 ତାରିଖ ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ମିଶିବା ପାଇଁ ଅନୁରୋଧ କରିବେ ବୋଲି ଜଣାଯାଇଛି ବୋଲି ସେ କହିଛନ୍ତି ।

ଓଡିଶାବାସିନ୍ଦା ଛତିଶ ଗଡ଼ ମିଶିବା ପାଇଁ ଚାହିବା ପ୍ରସଙ୍ଗ ରାଜ୍ୟ ସରକାର ଙ୍କ ଅପାରଗତା ଓ ନିଷ୍କ୍ରିୟତା କାରଣ ରୁ ଓଡିଶା ର ବାସିନ୍ଦା ଯଦି ଅନ୍ୟ ପ୍ରଦେଶ ରେ ମିଶିବା ପାଇଁ ଚାହୁଁ ଛନ୍ତି ତେବେ ଶାସନ ରେ ରହିବା ର କୌଣସି ନୈତିକତା ସରକାର ଙ୍କ ନାହିଁ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। କେନ୍ଦ୍ର ସରକାର ସାଧାରଣ ଜନତା ଙ୍କ ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଥିଲେ ମଧ୍ୟ ରାଜ୍ୟ ସରକାର ସେ ଯୋଜନା ଗୁଡିକୁ ଜାମଲିପଡ଼ା ଗ୍ରାମ ରେ ଲାଗୁ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ରୁ ଜାମଲିପଡ଼ା ଗ୍ରାମବାସୀ ଏପରି ଚରମ ନିଷ୍ପତି ଗ୍ରହଣ କରିଥିବା ସେ ଅଭିଯୋଗ କରିଛନ୍ତି।

ପୁନର୍ବାର କୋଟିଆ ଭଳି ପରିସ୍ଥତି ନ ସୃଷ୍ଟି କରି ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଜେପି ପକ୍ଷରୁ ଦାବୀ କରାଯାଇଛି। ସମସ୍ତ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକ ସହ ବିଜେପି ରହିଛି ଓ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆ ଯାଇଛି। ଏହି କାର୍ଯ୍ୟ କ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋୟୀ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝି, ନବରଙ୍ଗପୁର ଲୋକ ସଭା ପ୍ରଭାରି ମଣିଜର ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ମାଟିତଳେ ମାଓବାଦୀ ପୋତି ଥିଲେ ଆଇଡି

Odisha Halchal

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

Odisha Halchal

ସରକାରୀ ସହାୟତା ଅପେକ୍ଷାରେ ଶଯ୍ୟାଶାୟୀ ଭିନ୍ନକ୍ଷମ

Odisha Halchal

Leave a Comment