ଅପରାଧଓଡ଼ିଶା ଖବରନ୍ୟୁଜ୍

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା

କଣ୍ଟାବାଞ୍ଜି:-(ରିପୋର୍ଟ :-ପ୍ରମୋଦ କୁମାର ବେହେରା )କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ବରଗଡ କାର୍ଯ୍ୟରତ ସାମ୍ବାଦିକ ବଦ୍ରୀ ପ୍ରସାଦ ସାହୁଙ୍କୁ ବରଗଡ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଲିସ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛି । ଦିନକୁ ଦନ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଥିବା ନଜିର ହେଉଛି ।

ବରଗଡ ଧନୁଯାତ୍ରା ମହୋତ୍ସବ ସମୟରେ ବରଗଡର ସକାଲ ସିଟି ରିପୋର୍ଟର ବଦ୍ରୀ ପ୍ରସାଦ ସାହୁଙ୍କୁ ପୋଲିସ ଦ୍ୱାରା ଆକ୍ରମଣ କରାଯାଇଛି । ରିପୋର୍ଟର ଶ୍ରୀ ସାହୁ ସଂନ୍ଧ୍ୟା ସମୟରେ ଧନୁଯାତ୍ରାର ଖବର ସଂଗ୍ରହ ପାଇଁ ଯାଉଥିବା ବେଳେ କଚେରି ଛକ ଠାରେ ପ୍ରବଳ ଭିଡ ରହିଥିଲା । ଭିଡରେ ଛାତ୍ର ଛାତ୍ରି, ମହିଲା ଓ ବୃଦ୍ଧବୃଦ୍ଧା ମାନଙ୍କୁ ସେଠାରେ ନିଯୁକ୍ତ ଥିବା ପୋଲିସ କର୍ମଚାରି ଅଟକାଇଥିଲେ । ଯାହା ଫଳରେ ଟ୍ରାଫିକ ଜାମ ହେବା ସହ ଲୋକେ ଅଣନିଶ୍ୱାସୀ ହୋଇ ପଡିଥିଲେ ।

କାହିକିଁ ଏମିତି ଟ୍ରାଫିକ ସମସ୍ୟା ରହିଛି ବୋଲି ଶ୍ରୀ ସାହୁ ପୋଲିସ କର୍ମଚାରିଙ୍କୁ ପଚାରି ତାର ସମାଧାନ କରିବାକୁ କହିଥିବା ବେଳେ ପୋଲିସ କିଛି ନଶୁଣି ଅସଭ୍ୟ ଭାଷାରେ ଗାଲି କରିଥିଲେ । ଧିରେ ଧିରେ ଟ୍ରାଫିକ ଜାମ ହେଉଥିବା ଯୋଗୁ ଖବର ସଂଗ୍ରହ ପାଇଁ ଟ୍ରାଫିକର ଭିଡିଓ ନେବା ସମୟରେ ପୋଲିସ କର୍ମଚାରି ମାନେ ପ୍ରବଳ ମାଡ ମାରିଥିଲେ । ଏନେଇ ଆଜି କଣ୍ଟାବାଞ୍ଜି ପ୍ରେସକ୍ଲବ ପକ୍ଷରୁ ତହସିଲଦାର ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ଏକ ଦାବିପତ୍ର ପ୍ରଦାନ କରଯାଇଅଛି।

Related posts

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ

Odisha Halchal

ଗ୍ରାହକଙ୍କ ପାଇଁ ଖୁସି ଖବର, ଚଳିତ ମାସରୁ ଆରମ୍ଭ ହେବ 5G ସେବା

Odisha Halchal

ଜିଲ୍ଲାର ଉନ୍ନତି ନିମନ୍ତେ ଆରମ୍ଭ ହେଲା ଭିଜନ ନବରଙ୍ଗପୁର

Odisha Halchal

Leave a Comment