ଓଡ଼ିଶା ଖବରନ୍ୟୁଜ୍

ବିଦ୍ୟୁତ୍ ବିଭାଗ ଅବହେଳା

ବିଦ୍ୟୁତ୍ ବିଭାଗ ଅବହେଳା

ସୁନ୍ଦରଗଡ଼:(ଓଡିଶା ହାଲଚାଲ):-ବିଦ୍ୟୁତ୍ ବିଭାଗ ଅବହେଳା ଯୋଗୁ ଚାଲିଗଲା ଏକ ବଳଦର ଜୀବନ।
ଅନ୍ୟ ଏକ ଷଣ୍ଢ ଗୁରୁତର।ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନାର ଦରେଇକଳା ଗ୍ରାମ ନିକଟ ଜମି ପଡ଼ିଆରେ ବିପଦ ପୂର୍ଣ୍ଣ ଟ୍ରାନ୍ସଫର୍ମର୍ ସପଂଶରେ ଆସି ଦରେଇକଲା ଗ୍ରାମର ଅଶୋକ ତ୍ରିପାଠୀଙ୍କ ଏକ ବଳଦ ମୃତ ହୋଇଥିବା ବେଳେ ଅନ୍ୟ ଏକ ଷଣ୍ଢ ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ଦୀର୍ଘଦିନ ହେବ ଦରେଇକଳା ଜମି ପଡ଼ିଆରେ ଏକ ବିପଦପୂର୍ଣ୍ଣ ଭାବେ ଟ୍ରାନ୍ସଫର୍ମର ରହିଥିବା ବେଳେ ସେ ଅଞ୍ଚଳରେ ଗାଈ, ବଳଦ, ଛେଳି, ଚରିଥାନ୍ତି କିନ୍ତୁ ଆଜି ଏକ ବଳଦ ଓ ଏକ ଷଣ୍ଢ ସେହି ଟ୍ରାନ୍ସଫର୍ମର ନିକଟରେ ଚରୁଥିବା ବେଳେ ବିଦ୍ୟୁତ୍ ସଂପର୍ସରେ ଆସି ବଳଦଟି ଘଟଣା‌‍ ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଷଣ୍ଢଟି ସେହି ସ୍ଥାନରେ ଗୁରୁତର ଭାବେ ପଡ଼ିରହିଛି। ଏ ନେଇ ବିଦ୍ୟୁତ୍ ବିଭାଗ କୁ ଗ୍ରାମବାସୀ ଜଣାଇ ଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସରକାରୀ ନିୟମ ଅନୁଯାୟୀ ଟ୍ରାନ୍ସଫର୍ମର ଚାରିପଟେ ତାର ବାଡ ଦିଆ ଯିବାର ନିୟମ ରହିଥିଲେ ମଧ୍ୟ ବଣେଇ ବିଦ୍ୟୁତ୍ ବିଭାଗ ତାହା କାର୍ଯ୍ୟକାରୀ କରୁନାହିଁ ତେଣୁ ଆଗକୁ ମୁକୁଳା ଟ୍ରାନ୍ସ ଫର୍ମର ସଂସ୍ପର୍ଶରେ ଆସି କୌଣସି ମଣିଷର ଜୀବନ ନଯିବ କହିହେଉ ନାହିଁ। ତେଣୁ ଯଥାଶୀଘ୍ର ଟ୍ରାନ୍ସଫର୍ମର ଚାରି ପାଖରେ ତାର ବାଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related posts

ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ, ଗିରଫ ହେଲେ ୨ ଅଭିଯୁକ୍ତ

Odisha Halchal

ଟେକ୍ ହୋମ୍ ଦରମାରେ କେତେ ମିଳିବ ଲୋନ୍? କେତେ ପଡ଼ିବ EMI, ଜାଣନ୍ତୁ RBIର ଗାଇଡଲାଇନ୍

Odisha Halchal

ସାମାନ୍ୟ ଯୁକ୍ତିତର୍କରୁ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ୨ ଯୁବକ ମୃତ

Odisha Halchal

Leave a Comment