ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

ଭୁବନେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ) :-ସ୍ତ୍ରୀକୁ ଖୁସି କରିବାକୁ ଝାମ୍ଫୁଥିଲା ସୁନା ଚେନ। ବାଇକ୍ ରେ ଆସି ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା। ରାଜଧାନୀ ମାର୍କେଟରୁ ମହିଳାଙ୍କ ବେକରୁ ସୁନା ଚେନ ନେଇ ଚମ୍ଫଟ୍ ମାରିଥିବା ଲୁଟେରା ଏବେ ପୋଲିସ ହାତରେ ଧରାପଡିଛି। କମିସନରେଟ ପୋଲିସ ଓ ବଡଗଡ଼ ଥାନାର ମିଳିତ ଉଦ୍ୟମରେ କୁଖ୍ୟାତ ଅପରାଧୀ ଧରାପଡିଛି।

ଉପହାର ଦେବାକୁ ସ୍ତ୍ରୀ ପାଇଁ ପ୍ରତିଦିନ ଚୋରି ଛିନତାଇ ଲୁଟେରା ଗିରଫ ହୋଇଛି। ଅଭିଯୁକ୍ତ ରଞ୍ଜନ ପ୍ରଧାନକୁ ବଡଗଡ଼ ପୋଲିସ ଗିରଫ କରିବା ସହ ସୁନା ଚେନ ଜବତ୍ କରିଛି। ରଞ୍ଜନ ନାଁ ରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୩୦ରୁ ଉର୍ଦ୍ଧ ମାମଲା ରହିଥିଲା। ଅଭିଯୁକ୍ତ ଠାରୁ ପାଞ୍ଚଟି ସୁନା ଚେନ ପାଞ୍ଚଟି ମୋବାଇଲ ଜବତ କରାଯାଇଛି। ଏହି ସୁନା ଚେନ ଗୁଡିକ କାହାଠାରୁ ଏବଂ କୋଉ ଅଞ୍ଚଳରୁ ଲୁଟ୍ ହୋଇଛି ସେନେଇ ପୋଲିସ ତଦନ୍ତ କରୁଛି।

ଗତ କିଛି ଦିନ ପୂର୍ବରୁ କ୍ୟାପିଟାଲ ଥାନା ଅଞ୍ଚଳରେ ମୋବାଇଲ, ସୁନା ଚେନ ସେହିପରି ଏୟାରପୋର୍ଟ ଅଞ୍ଚଳରେ ମଧ୍ୟ ଲୁଟ୍ ସ୍ଥାନ ରହିଛି। ମ୍ୟୁଖ ଅଭିଯୁକ୍ତ ରଞ୍ଜନ ପ୍ରଧାନ ସମେତ ସୁନା ଚେନ କିଣୁ ଥିବା ଅନ୍ୟ ଦୁଇ ଜଣ ଆଲୋକ ନାୟକ, ଚନ୍ଦନ ମହାରଣା ଦୁଇ ସପ୍ତାହ ତଳେ ଜେଲରୁ ବାହାରିଥିଲେ। ଜେଲରୁ ବାହାରିବା ପରେ ପୁଣି ସୁନା ଚେନ ଲୁଟୁଥିଲେ। ଚୋରି ସୁନା ଓ ମୋବାଇଲ କିଣିବା ଅଭିଯୋଗରେ ମଧ୍ୟ ଦୁଇ ଜଣ ଅଭିଯୁକ୍ତ ଗିରଫ କରିଛି ପୋଲିସ। ମୋଟ୍ ତିନି ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।

Related posts

ଇଞ୍ଜେକସନ ନେଇ ବିଗିଡ଼ିଲା ସ୍ୱାସ୍ଥ୍ୟ, ଭଲ ନ ହୋଇ ଥରିଲେ ୨୧ ରୋଗୀ

Odisha Halchal

ପୁଣି ଲାଗିଲା ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର

Odisha Halchal

ବଢ଼ିଲା ପେଟ୍ରୋଲ ଡିଜେଲ ଦର

Odisha Halchal

Leave a Comment