ଓଡ଼ିଶା ଖବରନ୍ୟୁଜ୍

ମୌଳିକ ସୁବିଧା ରୁ ବଞ୍ଚିତ ପୁଟଘର ଗ୍ରାମ

ମୌଳିକ ସୁବିଧା ରୁ ବଞ୍ଚିତ ପୁଟଘର ଗ୍ରାମ

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ଏକ ଆକାଙ୍କ୍ଷା ଜିଲ୍ଲା ବା ପଛୁଆ ଜିଲ୍ଲା ଭାବେ ପରିଚିତ। ଏହି ଜିଲ୍ଲା ରେ ଅନେକ ଅଧିବାସୀ ଗ୍ରାମ ଗଢ଼ି ଉଠିଛି । ରାଜ୍ୟ ସରକାର ମଧ୍ୟ ଏମାନ ଙ୍କ ନିମନ୍ତେ ଅନେକ ଯୋଜନା ମାନ କରିଛନ୍ତି। କିନ୍ତୁ ଏଭଳି ଏକ ଗ୍ରାମ ଅଛି ଯେଉଁ ଗ୍ରାମ ନିମନ୍ତେ ରାସ୍ତା , ବିଜୁଳି , ପିଇବା ପାଣି , ଶିକ୍ଷା ନିମନ୍ତେ ବିଦ୍ୟାଳୟ , ଅଙ୍ଗନବାଡ଼ି କେନ୍ଦ୍ର ନା ସ୍ବାସ୍ଥ୍ୟ ନିମନ୍ତେ ଡାକ୍ତରଖାନା ନଥିବା ଯୋଗୁଁ ଏଠାକାର ବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ସରକାର କିମ୍ବା ପ୍ରଶାସନ ଏହି ଗ୍ରାମ ଉପରେ ଦୃଷ୍ଟି ଦେଉ ନାହିଁ । ପିଢ଼ି ପରେ ପିଢ଼ି ରାଜ ରାଜଡା କାଳରୁ ଏହି ଗ୍ରାମ ରେ ସାନ୍ତା ସମ୍ପ୍ରଦାୟର ଅଧିବାସୀ ମାନେ ବସ ବାସ କରି ଆସୁଛନ୍ତି।

କିନ୍ତୁ ସେମାନେ କୈାଣସି ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଏହି ଗ୍ରାମ ଟି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ପାହାଡ଼ ପର୍ବତ ଘେରା ରେ ଅବସ୍ଥିତ । ଗ୍ରାମ କୁ ଯିବା କୁ ହେଲେ ତିନି ଗୋଟି ପାହାଡ଼ ଅତିକ୍ରମ କରିବାକୁ ପଡ଼ିଥାଏ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଠାରୁ ଏହି ଗ୍ରାମ ସାଢେ଼ ଦୁଇ ରୁ ତିନି କିଲୋ ମିଟର ପାହାଡ଼ କଟା ପଥର ରାସ୍ତା ରେ ସେଠାକାର ଅଧିବାସୀ ମାନେ ଯାତାୟାତ କରିନ୍ତି। ଏହି ଗ୍ରାମ ରେ ପୂର୍ବ ଦିନରେ ବିଜୁଳି ନ ଥିବା ଯୋଗୁ କେନ୍ଦ୍ର ସରକାର ଙ୍କ ତରଫ ରୁ ସୋଲାର ଲାଇଟ୍ ଲଗାଯାଇଥିଲା। ବର୍ତ୍ତମାନ ତାହା କାମ କରୁନାହିଁ ।

ଏହି ଗ୍ରାମ ର ସବୁଠାରୁ ବଡ଼ ସମସ୍ୟା ହେଲା ପିଇବା ପାଣି , ଏଠାରେ ନାଳ , ଝରଣା ଓ ଛୁଆଁ ରୁ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି। ଏହି ଗ୍ରାମ ର ହିତାଧିକାରୀ ମାନେ ରାସନ୍ ଚାଉଳ ଓ ଭତା ନିମନ୍ତେ ୮ ରୁ ୧୦ କିଲୋମିଟର ଝାଡବନ୍ଧଗୁଡା ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଆନ୍ତି। ଶିକ୍ଷା ନିମନ୍ତେ ନିକଟସ୍ଥ ଗ୍ରାମ ଦଣ୍ଡସେନା ଗୁଡା ଠାରେ ଥିବା ବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ କିନ୍ତୁ ଛାତ୍ର ଛାତ୍ରୀ କମ ଥିବା ଯୋଗୁ ବିଦ୍ୟାଳୟ ବନ୍ଦ କରିଦିଆଗଲା , ବର୍ତ୍ତମାନ ଗ୍ରାମ ର ପୁଅ ଝିଅ ପାଠ ପଢିବା ପାଇଁ ନ ଯାଇ ଜଙ୍ଗଲ ରୁ କାଠ ସଂଗ୍ରହ କରିବା , ଗାଈ ଓ ଛେଳି ଚରେଇବା, ଓ ଚାଷ କାମ କରନ୍ତି ।

ଏଠାକାର ବାସିନ୍ଦା ମାନେ ଚାଷ ବାସ , ଛେଳି ଚଳେଇବା ଓ ଜଙ୍ଗଲ ରୁ କାଠ ସଂଗ୍ରହ କରି ନିକଟସ୍ଥ ଗ୍ରାମ ରେ ବିକ୍ରି କରି ନିଜର ପ୍ରତିପୋଷଣ କରିଥାନ୍ତି। ଯଦି କେଉଁ ସମୟରେ କାହାର ଦେହ ଖରାପ ହୁଏ ରାସ୍ତା ନଥିବା ଯୋଗୁଁ ଡ଼ାକ୍ତରଖାନା ଯିବା ପାଇଁ ଆମ୍ବୁଲାନ୍ସ କିମ୍ବା କୌଣସି ଗୁରୁତର ବ୍ୟକ୍ତି ନେବା ପାଇଁ ସୁବିଧା ନାହିଁ ତେଣୁ ଏଠାକାର ବାସିନ୍ଦା ମୃତ୍ୟୁ ମୁଖରେ ମଧ୍ୟ ପଡିଥାନ୍ତି। ତେଣୁ ଏହି ଅଞ୍ଚଳ ନିମନ୍ତେ ସରକାର କିମ୍ବା ପ୍ରଶାସନ ଦୃଷ୍ଟି ପକାଇବା ପାଇଁ ବୁଦ୍ଧିଜୀବି ଓ ସାଧାରଣ ରେ ଦାବି ହୋଇଛି।

Related posts

ଖରାଦିନେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଡ୍ରାଗନ୍‌ ଫ୍ରୁଟ୍‌

Odisha Halchal

ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ୍ ମେଲେନିୟସ ପ୍ରଜାତି କୁକୁର

Odisha Halchal

ଜିଲ୍ଲା ଆଇନସେବା ପ୍ରାଧିକରଣ, ଦିନିକିଆ ତାଲିମ ଶିବିର

Odisha Halchal

Leave a Comment