ଦେଶ ବିଦେଶନ୍ୟୁଜ୍

ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କଲେ ୟୁକ୍ରେନୀୟ ରାଷ୍ଟ୍ରପତି

ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କଲେ ୟୁକ୍ରେନୀୟ ରାଷ୍ଟ୍ରପତି

ଭାରତ, ଜର୍ମାନି, ଚେକ୍‌ ସାଧାରଣତନ୍ତ୍ର, ନର୍‌ୱେ ଏବଂ ହଙ୍ଗେରିରେ ଅବସ୍ଥାନ କରୁଥିବା ୟୁକ୍ରେନ୍‌ର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରାଯାଇଥିବା କଥା ଘୋଷଣା କରିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ।ଭାରତ ଏବଂ ଆଉ ୪ଟି ଦେଶରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଥିବା କଥା ରାଷ୍ଟ୍ରପତି କାର୍ଯ୍ୟାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

କାରଣ ଦର୍ଶା ଯାଇ ନ ଥିବା ଏକ ଆଦେଶନାମାରେ ବରଖାସ୍ତ ହୋଇଥିବା ରାଷ୍ଟ୍ରଦୂତମାନଙ୍କୁ କୌଣସି ନୂଆ ଦାୟିତ୍ବ ଦିଆ ଯିବ କି, ନାହିଁ ତାହା ହଠାତ୍‌ ସ୍ପଷ୍ଟ ହୋଇନାହିଁ।ରୁଷ୍‌ର ୨୪ ଫେବ୍ରୁଆରି ଆକ୍ରମଣକୁ ପ୍ରତିହତ କରିବା ଲାଗି ଉଦ୍ୟମ ଚଳାଇଥିବା ୟୁକ୍ରେନ୍‌ ନିମନ୍ତେ ଆନ୍ତର୍ଜାତିକ ସମର୍ଥନ ଏବଂ ସାମରିକ ସହାୟତା ଯୋଗାଡ଼ କରିବା ଲାଗି ଜେଲେନ୍‌ସ୍କି କୂଟନୀତିଜ୍ଞମାନଙ୍କୁ ଅନୁରୋଧ କରିଥିଲେ।

ୟୁରୋପ୍‌କୁ ଗ୍ୟାସ୍‌ ପମ୍ପ୍‌ କରିବା ଲାଗି ଉକ୍ତ ‘ଟର୍ବାଇନ୍‌’କୁ କାନଡା ପ୍ରଖ୍ୟାତ ରୁଷୀୟ ପ୍ରାକୃତିକ ବାଷ୍ପ କମ୍ପାନି ‘ଗାଜ୍‌ପ୍ରୋମ୍‌’କୁ ଫେରସ୍ତ କରୁ ବୋଲି ଜର୍ମାନି ଚାହୁଁଛି। କିନ୍ତୁ, ମସ୍କୋ ଉପରେ ଜାରି ହୋଇଥିବା କଟକଣା ଉଲ୍ଲଂଘନ ହେବ ବୋଲି ଦର୍ଶାଇ ଉକ୍ତ ‘ଟର୍ବାଇନ୍‌’ଟିକୁ ରଖିଥାଅ ବୋଲି କିବ୍‌ କାନଡାକୁ କହିଛି।

ରୁଷ୍‌ର ଶକ୍ତି ଯୋଗାଣ ଉପରେ ଅତ୍ୟନ୍ତ ନିର୍ଭରଶୀଳ ତଥା ୟୁରୋପ୍‌ର ବୃହତ୍ତମ ଅର୍ଥନୀତି ଜର୍ମାନି ସହିତ କିବ୍‌ର ସମ୍ପର୍କ ସ୍ପର୍ଶକାତର ହୋଇ ରହିଆସିଛି।କାନଡାରେ ମରାମତି କରାଯାଉଥିବା ଜର୍ମାନ୍‌ ନିର୍ମିତ ଗୋଟାଏ ‘ଟର୍ବାଇନ୍‌’କୁ କେନ୍ଦ୍ରକରି ଉଭୟ ଦେଶ ମଧ୍ୟରେ ବାଦବିବାଦ ଚାଲିଛି।

 

Related posts

ପୂର୍ବ ଶତ୍ରୁତାରୁ ଛୁରାମାଡ଼, ଗୋଟିଏ ପରିବାରର ୩ ଗୁରୁତର

Odisha Halchal

ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚୋରି

Odisha Halchal

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

Odisha Halchal

Leave a Comment