ଅପରାଧଓଡ଼ିଶା ଖବରନ୍ୟୁଜ୍

ନବ ନିର୍ବାଚିତ ସରପଞ୍ଚଙ୍କ ପରିବାର ର ୪ ଜଣଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ

ନବ ନିର୍ବାଚିତ ସରପଞ୍ଚଙ୍କ ପରିବାରର ୪ ଜଣଙ୍କୁ ଆକ୍ରମଣ। ଘର ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଆକ୍ରମଣ ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଅନୁଗୋଳ ଜିଲ୍ଲା ଖମାର ଥାନା ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କାହିଁକି ଆକ୍ରମଣ କରିଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ପୂରା ଘଟଣା ଏମିତି। ଆଜି ରଜଡଙ୍ଗ ଗାଁରେ ସପ୍ତ ଦୋଳ ମେଳଣ ଯାତ୍ରା ଚାଲିଥିଲା। ଯାତ୍ରା ଦେଖିବା ପାଇଁ ନବ ନିର୍ବାଚିତ ସରପଞ୍ଚ ବିଦ୍ୟାଭାରତୀ ସାମଲଙ୍କ ସ୍ୱାମୀ ସଞ୍ଜୟ କୁମାର ସାମଲ, ତାଙ୍କ ଭାଇ ବ୍ରଜମୋହନ ସାମଲ, ଅନ୍ୟଜଣେ ଭାଇ ସରୋଜ ସାମଲ ଓ ଭାଉଜ ନିରୂପମା ସାମଲ ନିଜ ଘର ସାମ୍ନାରେ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ ଦୁଇଟି ବାଇକରେ ୫ ଜଣ ଯୁବକ ଆସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଚମ୍ପଟ ମାରିଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖମାର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମସ୍ତଙ୍କ ଶରୀରରେ ଗଭୀର କ୍ଷତ ହୋଇଛି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ସରପଞ୍ଚଙ୍କ ପରିବାରକୁ ଆକ୍ରମଣ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ଖବର ପାଇ ଖମାର ଥାନା ପୁଲିସ୍‌ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related posts

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ମାମଲା ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ

Odisha Halchal

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ

Odisha Halchal

୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

Odisha Halchal

Leave a Comment