ଓଡ଼ିଶା ଖବରନ୍ୟୁଜ୍

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା(ଓଡିଶା ହାଲଚାଲ) :-ସରକାର ଙ୍କ ତରଫରୁ ପିଲାଙ୍କ ଭବିଷ୍ୟତ ଉଜ୍ୱଳ ପାଇଁ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରକାର ଉନ୍ନତି କାର୍ଯ୍ୟକ୍ରମ କରାଯାଇଛି ଛାତ୍ର ଛାତ୍ରୀ ମାନେ ପାଠ ପଢିବା ସହ ଗୀତ,ନାଚ ଓ ସଂଗୀତ ଜ୍ଞାନ କରି ପାରିବେ ଏବଂ ସମାଜକୁ କିପରି ସୁନ୍ଦର ବାର୍ତା ଦେବେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ସେମାନଙ୍କୁ କିପରି ଉତ୍ସାହିତ କରାଯିବ ଆଗକୁ ଯିବା ପାଇଁ ଶିକ୍ଷା ବିଭାଗ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।

ସେହିପରି ଆଜି ଅନୁଷ୍ଠିତ ହୋଇଯାଇଛି ମଙ୍ଗରାଜପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ନିମାଇଁ ଚରଣ ବେହେରା ଙ୍କ ତତ୍ୱାବଧାନରେ ଗପ ଶୁଣିବା ଓ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗପ ଗୀତ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇ ଥିଲା ।

ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସରକାର ଙ୍କ ତରଫରୁ ମିଳୁଥିବା ବ୍ୟାଗ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମଙ୍ଗରାଜପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ତ୍ରିଲୋଚନ ନାୟକ,ବିମଳ ପ୍ରସାଦ ଜେନା,ସଞ୍ଜୟ କୁମାର ସାମନ୍ତରାୟ, ଶିକ୍ଷୟତ୍ରୀ କଳ୍ପନା ବେହରା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

Related posts

କରୋନାର XE ଭାରିଆଣ୍ଟ କ’ଣ? ଭାରତରେ ପ୍ରଥମ ମାମଲା ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ

Odisha Halchal

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୩୦-୪୦ କିଲୋମିଟର ବେଗରେ ବହିବ ପବନ

Odisha Halchal

ଶ୍ରମିକ ସାଜିଛନ୍ତି ଛାତ୍ର ଛାତ୍ରୀ

Odisha Halchal

Leave a Comment