ଓଡ଼ିଶା ଖବରନ୍ୟୁଜ୍

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

ମାଲକାନଗିରି(ଓଡିଶା ହାଲଚାଲ):-ମାଲକାନଗିରି ମହାବିଦ୍ୟାଳୟର ସଭାଗୃହରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ନେଇ ଏକ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଓ ଉଦୟନାଥ ଖରା ଯୋଗଦାନ କରିଥିଲେ l

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଆଇ. କ୍ୟୁ. ଏସ. ସି ର ସଂଯୋଜକ ତଥା ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଡ଼ ରଞ୍ଜନ କୁମାର୍ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟଟିକୁ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଡ଼ ଖରା ଛାତ୍ରଛାତ୍ରୀ ମାନଙ୍କୁ କିଭଳି ଭାବରେ ଉଚ୍ଚ ପଦସ୍ତ ସରକାରୀ ଚାକିରିରେ ନିଯୁକ୍ତି ପାଇ ପାରିବେ ଯେପରି କେନ୍ଦ୍ରୀୟ ଲୋକସଭା ଆୟୋଗ, ଓଡ଼ିଶା ଲୋକସଭା ଆୟଗ ଦ୍ଵାରା କରାଯାଉଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ମାର୍ଗଦର୍ଶନ ଦେଇଥିଲେ l

ଅଧ୍ୟକ୍ଷ ଅଶୋକ କୁମାର୍ ଷଡଙ୍ଗୀ ଏନ୍.ଟି.ଏ. ଦ୍ଵାରା କରାଯାଉଥିବା ପ୍ରବେଶିକ ପରୀକ୍ଷା ଉପରେ ଆଲୋକପାତ କରିବା ସହିତ କଠିନ ପରିଶ୍ରମ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଅଧ୍ୟାପକ ଡ଼ ରଞ୍ଜନ କୁମାର୍ ସ୍ୱାଇଁ ବିଭିନ୍ନ ପ୍ରତିଯୋଗିତା ମୂଳକ ପୁସ୍ତକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ସଭାଶେଷରେ ଅଧ୍ୟାପକ ପ୍ରମିୟ କୁମାର୍ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Related posts

ନାବାଳିକା ଶାଳୀର ଅଶ୍ବିଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

Odisha Halchal

ନିଜ ସ୍ବାମୀଙ୍କ ଉପରେ ଅଭିଯୋଗ ନେଇ ଏସପି ଙ୍କ ଦ୍ବାରସ୍ଥ

Odisha Halchal

ବାଇକକୁ ଧକ୍କାଦେଲା ଟ୍ରକ

Odisha Halchal

Leave a Comment