ଓଡ଼ିଶା ଖବରନ୍ୟୁଜ୍

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

ଯାଜପୁର:-(ରିପୋର୍ଟ :-ମନୋଜ କୁମାର ସାହୁ)ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ଗାଁର ଅରୁଣ ପଣ୍ଡାଙ୍କ ପୁଅ ସୁଧାଂଶୁ ଶେଖର ପଣ୍ଡା( ୨୫)ଙ୍କର ସନ୍ଦେହ ଜନକ ଭାବେ ମୃତ ହୋଇଥିବାଜଣାପଡ଼ିଛି।ସୂଚନା ଅନୁଯାୟୀ ଗତକାଲି ରାତିରେ ସୁଧାଂଶୁ ସାଙ୍ଗସାଥି ମାନଙ୍କ ସହ ଭୋଜିଭାତ ସାରି ଘରକୁ ବିଳମ୍ବିତ ରାତିରେ ଫେରିଥିଲେ।

ଘରେ ପରିବାର ଲୋକଙ୍କ ସହ ହସଖୁସିରେ ସମୟ ବିତାଇ ତାଙ୍କ ରୂମରେ ସୋଇଥିଲେ।ସକାଳୁ ପରିବାର ଲୋକ ତାଙ୍କୁ ଉଠିବା ପାଇଁ ଡାକିବାରୁ ସେ ଉଠିନଥିଲେ।ପରେ ପରିବାର ଲୋକ କବାଟ ଭାଙ୍ଗି ଦେଖିବାରୁ ସୁଧାଂଶୁ ଏକ ବେଡ଼ସିଟ ଦ୍ୱାରା ଫ୍ୟାନରେ ଝୁଲିପଡିଥିଲେ।ଏନେଇ ପରିବାର ଲୋକେ ପାଣିକୋଇଲି ଥାନାରେ ସୁଧାଂଶୁ ନିଜର ଆତ୍ମହତ୍ୟା କରିଥିବାର ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ପାଣିକୋଇଲି ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟେବଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇବା ସହ ଅଧିକ ତଦନ୍ତ ଚାଲୁରଖିଥିବା ଜଣାପଡିଛି।ଏବଂ ସୁଧାଂଶୁ ଙ୍କ ସ୍ମାର୍ଟ ଫୋନ ଜବତ କରିଛି ପୁଲିସ।ମେଡିକାଲ ରିପୋର୍ଟ ପରେ ଏହି ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବବୋଲି ତଦନ୍ତକାରୀ ଅଫିସର ପିକେ ଗଡ଼ନାୟକ ସୂଚନା ଦେଇଛନ୍ତି।

Related posts

ବିଜେଡିର ଜନସମ୍ପର୍କ ପଦଯାତ୍ରା

Odisha Halchal

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

Odisha Halchal

ଦୀପିକାଙ୍କୁ ଓସ୍କାର ଆୱାର୍ଡ, ମେଣ୍ଟାଲ୍‌ ହେଲ୍‌ଥ୍‌ ସଚେତନତା ପାଇଁ ହେଲେ ପୁରସ୍କୃତ

Odisha Halchal

Leave a Comment