ଓଡ଼ିଶା ଖବରନ୍ୟୁଜ୍

ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥା ମୃତ ପାରାୟଣ

ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥା ମୃତ ପାରାୟଣ

କୋମନା(ରା:ପ୍ର):-ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥାମୃତ ପାରାୟଣ ।ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ଵର ଗ୍ରାମପଞ୍ଚାୟତ ସ୍ଥିତ ଉଦ୍ୟାନବନ୍ଧ ଶିଶୁମନ୍ଦିର ପଡ଼ାଠାରେ ନଅ ଦିନ ଧରି ଶ୍ରୀମଦ ଭାଗବତ କଥାମୃତ ପାରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ଭାବେ ଶ୍ରୀ ଶୋଭାରାମ ଅହୀର ଓ଼ ସହଧର୍ମିଣୀ ଶ୍ରୀମତୀ ଲକ୍ଷ୍ମୀ ଅହୀର ଯୋଗଦାନ କରି ନିଜ ମାତା ପିତା ଙ୍କ ସ୍ମୃତି ପାଇଁ ଏହି ମହତ ପରାୟଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବାର ର ମୋହିତ ଅହୀର, ସନ୍ତୋଷୀ ଅହୀର ,ଅଜୟ ଏହିର ଓ ଜୟରାମ ଅହୀର ମଧ୍ୟ ସହଯୋଗ କରିଥିଲେ । ତତ ସହିତ ଅଞ୍ଚଳର ହଜାର ହଜାର ଭାଗବତ ପ୍ରେମୀ ଭକ୍ତବୃନ୍ଦ, ପ୍ରତି ଗ୍ରାମରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ଏହା ସହିତ ସମସ୍ତଙ୍କ ପାଇଁ ଭୋଜନ ବ୍ୟବସ୍ଥା, ପାନୀୟ ଜଳ, ଜଳଖିଆ ବ୍ୟବସ୍ଥା ରହିଥିଲା. ସମସ୍ତେ ଶ୍ରୀ ଭାଗବତ ଦର୍ଶନ ଓ଼ ଜ୍ଞାନ ଲାଭ କରିଥିଲେ। ପିତା ମାତା ହିଁ ଦୁନିଆରେ ପ୍ରତ୍ୟକ୍ଷ ଠାକୁର । ତାଙ୍କର ସେବା କରିବା ହିଁ ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ । ପିତା ମାତାଙ୍କ ସ୍ବପ୍ନକୁ ପୁତ୍ର ମଧ୍ୟ ସାକାର କରିଥାଏ । ତେଣୁ କଥାରେ ଅଛି -ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ. ପିତର ପ୍ରୀତିମାପରନେ ପ୍ରିୟନ୍ତି ସର୍ବ ଦେବତା.ପିତା ମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥାମୃତ ପାରାୟଣ ଦ୍ୱାରା ପିତା ମାତା ମୋକ୍ଷ ଓ଼ ଶାନ୍ତି ଲାଭ କରିବେ । ତତ ସହିତ ଏହି କଲିଯୁଗର ମଣିଷ ଏହି ଭବ ସାଗରରୁ ପାରିହୋଇ ମୋକ୍ଷ ପ୍ରାପ୍ତ କରିପାରିବ । ପିତାର ଆଶୀର୍ବାଦ ଓ଼ ଶିକ୍ଷା ବଳରେ ସନ୍ତାନ ବଲଵାନ ଓ଼ ବୁଦ୍ଧିମାନ ହୋଇ ପାରିବ ଏଥିରେ ସନ୍ଦେହ ନାହି ।

Related posts

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

Odisha Halchal

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରାଙ୍କୁ ଜେଲ

Odisha Halchal

ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇର ଜୀବନ ଗଲା

Odisha Halchal

Leave a Comment