ଓଡ଼ିଶା ଖବରନ୍ୟୁଜ୍

ବୋଲେରୋ ଧକ୍କାରେ ମହିଳା ମୃତ

ବୋଲେରୋ ଧକ୍କାରେ ମହିଳା ମୃତ

କେନ୍ଦୁଝର :-ଆନନ୍ଦପୁର ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ଆଜି ସକାଳ ୧୦ଟା ବେଳେ ଘଟିଛି ଏକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି।

ସୂଚନାରୁ ଜଣା ଯାଇଛି ଯେ ଚଣ୍ଡୀ ବିରଞ୍ଚିପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ପତ୍ନୀ ପ୍ରତିମା ଯେନା ଶୌଚ ପାଇଁ ରାସ୍ତା ଆରପଟ କୁ ଯାଇ ଫେରୁଥିବା ବେଳେ ଭଦ୍ରକ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପ୍ରତିମାଙ୍କ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନନ୍ଦିପଦା ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ବୋଲେରକୁ ଜବଦ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Related posts

ବନବିଭାଗ ତରଫରୁ ୫୨ଟି କଇଁଚ ଜବତ, ଦୁଇ ଗିରଫ

Odisha Halchal

ଚାଷିମାନଙ୍କୁ କ୍ଷୁଦ୍ର ଉଠାଜଳ ସେଚନ ପ୍ରକଲ୍ପ ପାଇଁ ବିଭିନ୍ନ ଜନ୍ତ୍ରାଶ ବଂଟଣ

Odisha Halchal

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ୍ ମୁହା ମୁହିଁ ଧକ୍କା

Odisha Halchal

Leave a Comment