ଓଡ଼ିଶା ଖବରନ୍ୟୁଜ୍

ସେମରଡିହୀ ଠାରେ 4 ଜି ଟାୱାର ଲୋକାର୍ପିତ

ସେମରଡିହୀ ଠାରେ 4 ଜି ଟାୱାର ଲୋକାର୍ପିତ

ନବରଙ୍ଗପୁର ଜିଲ୍ଲାର ସେମରଡିହୀ ଠାରେ 4 ଜି ଟାୱାର ଲୋକାର୍ପିତ – କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵାରା ଆଭାସୀ ଜରିଆରେ ଲୋକାର୍ପିତ ।5 ଜି ସେବା ଆରମ୍ଭ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ରେ 4 ଜି ସେବା ଆରମ୍ଭ ହୋଇଛି। ଜିଲ୍ଲାର ନକ୍ସଲ ଉପଦ୍ରୁତ ଅଞ୍ଚଳ ଓଡିଶା- ଛତିଶଗଡ ସୀମାନ୍ତ ରାଇଘର ବ୍ଲକ ର କୁନ୍ଦେଇ ପଞ୍ଚାୟତ ର ଦୁର୍ଗମ ସେମର ଡିହୀ ଗ୍ରାମରେ 4 ଜି ସେବା ର ଶୁଭାରମ୍ଭ ହୋଇଛି।

ଆଭାସୀ ଜରିଆରେ ରେଳ ଯୋଗଯୋଡ, ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବା ଆରମ୍ଭ କରିଥିଲେ। ରିଲାଏନ୍ସ ଜିଓ କମ୍ପାନୀ ପକ୍ଷରୁ ସେମରଡିହୀ ଗ୍ରାମରେ 4 ଟି ଟାୱାର ନିର୍ମାଣ କରାଯାଇଛି। ଏହି ଟାୱାର ଯୋଗୁଁ ସୀମାନ୍ତବର୍ତ୍ତୀ ସମସ୍ତ ଗ୍ରାମ ରେ ଡିଜିଟାଲ ନେଟୱର୍କ , ହାଇସ୍ପିଡ ଇଣ୍ଟରନେଟ ଟେଲିକମ ସୁବିଧା ଉପଲବ୍ଧ ହୋଇପାରିବ।

ଆଜି ସେମର ଡିହୀ ଠାରେ ଏକ କାର୍ଯ୍ୟ କ୍ରମ ରେ ଭୁବନେଶ୍ବର ରେ ଅନୁଷ୍ଠିତ ହେଉଥିବା ଉଦ୍ଘାଟନୀ ସମାରୋହ ର ସିଧା ପ୍ରସାରଣ କରାଯାଇଥିଲା। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏହି ମହାତ୍ଵାକାଙ୍ଖି ଯୋଜନା ସମ୍ପର୍କ ରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ବିଏସଏନଏଲ ଓ ରିଲାନ୍ସ ଜିଓ ର ପଦାଧିକାରୀ ଙ୍କ ସମେତ କୁନ୍ଦେଇ ପଞ୍ଚାୟତ ବାସୀ ଯୋଗ ଦେଇଥିଲେ।

Related posts

ପ୍ରଥମ ଥର କରି ୟୁଟ୍ୟୁବର ମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର

Odisha Halchal

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

Odisha Halchal

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal

Leave a Comment