ଓଡ଼ିଶା ଖବରନ୍ୟୁଜ୍

ଦୀର୍ଘ ଦଶବର୍ଷ ଧରି କର୍ମଚାରୀଙ୍କୁ ସ୍ଥାୟୀ କେବେ

ଦୀର୍ଘ ଦଶବର୍ଷ ଧରି କର୍ମଚାରୀଙ୍କୁ ସ୍ଥାୟୀ କେବେ

ବଲାଙ୍ଗିର:-ଆମ୍ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ସ୍ତିତ୍ ଗାନ୍ଧୀ ପାଠାଗାର ଠାରୁ ପଦଯାତ୍ରା ମାଧ୍ୟମ ରେ ଜିଲ୍ଲାପାଳ ଅଫିସ ପର୍ୟ୍ୟନ୍ତ ଆସି ଜିଲ୍ଲା ପାଳ ଅଫିସ୍ ସମ୍ମୁଖରେ ପ୍ରଦର୍ଶନ କରାଗଲା.ଏବଂ ମିଶନ ଶକ୍ତିରେ ସହାୟକ ଷ୍ଟାଫ ଭାବରେ କାମ କରୁଥିବା ଏମବିକେ , ସିଆରପି , ପ୍ରାଣୀମିତ୍ର , କୃଷିମିତ୍ର , ଏବଂ ବ୍ୟାଙ୍କମିତ୍ର ମାନେ ଦୀର୍ଘ ଦଶବର୍ଷ ଧରି କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି ନ ହେବା ଅତି କ୍ଷୋଭର ବିଷୟ ଏବଂ ତୁରନ୍ତ ଏହି ଦାବୀକୁ ଆପଣଙ୍କ ସରକାର ଗ୍ରହଣ କରୁ ।

ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ ଏହି କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଅଧିକରୁ ଅଧିକ ଦାୟିତ୍ଵ ଦେବା ବେଳେ ସେମାନଙ୍କର ଚାକିରୀକୁ ସ୍ଥାୟୀ ନ କରିବା ଏବଂ ଦରମା ବୃଦ୍ଧି କରାନଯିବା ସରକାରଙ୍କର କର୍ମଚାରୀ ବିରୋଧୀ ମନୋଭାବକୁ ସ୍ପଷ୍ଠ କରୁଛି। ବୋଲି ବଲାଙ୍ଗିର ଆପ୍ ନେତା ଶ୍ରୀ ପାଣ୍ଡେ କହିଥିଲେ। ମିଶନ ଶକ୍ତିର କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କୁ ନେଇ ବିଜୁ ଜନତା ଦଳ ଦ୍ଵାରା ପ୍ରସ୍ତୁତ କରା ଯାଇଥିବା “ଅଲ ଓଡିଶା ଜିପିଏଲଫ ମିଶନ ଶକ୍ତି କର୍ମୀ ସାମୁଖ୍ୟ” ମଧ୍ୟ ଏହି ଦାବୀ ପୂରଣ ପାଇଁ ଫେବୃଆରି ୨୦ ତାରିଖରେ ରାଜରାସ୍ତାକୁ ଓହ୍ଲାଇଥିଲା । ୨୦ ହଜାର ଏମବିକେ , ସିଆରପି , ପ୍ରାଣୀମିତ୍ର ,କୃଷିମିତ୍ର , ବ୍ୟାଙ୍କମିତ୍ର ଏବଂ ଏଲ ଏସ ପି ଏହି ଆନ୍ଦୋଳନରେ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିଲେ ।

ଆମେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଉଛୁ ଯେ ସରକାରରେ ଥିବା ବିଜୁ ଜନତା ଦଳର ନେତା ସୁବାସ ସିଂହ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଧେଶରେ ଏ ପ୍ରକାର ଆନ୍ଦୋଳନ ହେଇଥିଲେ ମଧ୍ୟ ସରକାର ମିଶନ ଶକ୍ତି ସପୋର୍ଟ ଷ୍ଟାଫଙ୍କର ନାର୍ଯ୍ୟ ଦାବୀକୁ ଗ୍ରହଣ କରୁନାହାନ୍ତି।ତେଣୁକରି ଆମ୍ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ତରଫରୁ ଆମେ ମାନେ ଦାବୀ କରୁଛୁ ଯେ ମିଶନ ଶକ୍ତିର ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ କରାଯାଉ ଏବଂ ସେମାଙ୍କର ପାରିଶ୍ରମିକ ବୃଦ୍ଧି କରାଯାଉ ।

ଆଗାମୀ ଦିନରେ ଏ ଦାବୀ ପୂରଣ ପାଇଁ ଆମ୍ ଆଦମୀ ପାର୍ଟି ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କର ସମସ୍ତ ପ୍ରକାର ସହଯୋଗ କରିବ ଏବଂ ଆନ୍ଦୋଳନକୁ ଅଧିକ ତୀବ୍ରତର କରିବ ବୋଲି ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ର ସୁରଥ ବେହେରା, ସଦାଶିବ ମେହେର, ରମାକାନ୍ତ ବେହେରା, ଅଶୋକ ସୁନା, ଜୟପ୍ରକାଶ ମିଶ୍ର, ସମ୍ରାଟ ଭୋଇ, ଶଙ୍କର୍ ପ୍ରସାଦ ନାଗ୍,ସୁରେଶ୍ ମହାନନ୍ଦ , ଗଜପତି କଲ୍ସେଇ,ସରୋଜ ସାମଲ , ଲଳିତା ସାହୁ, ରମଞ୍ଚାଲ ଦୀପ , ସସ୍ମିତା କୁରା, ଏବଂ ଅନ୍ୟ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଏବଂ ଜୋରଦାର ପ୍ରଦର୍ଶନ କରିଥିଲେ।

Related posts

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

Odisha Halchal

୬୯ ବର୍ଷ ପରେ ଟାଟାକୁ ଫେରିବ ଏୟାର ଇଣ୍ଡିଆ, ଆଜି ଟାଟା ଗ୍ରୁପକୁ ଆନୁଷ୍ଠାନିକ ଭାବେ କରାଯିବ ହସ୍ତାନ୍ତର

Odisha Halchal

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼

Odisha Halchal

Leave a Comment