ଓଡ଼ିଶା ଖବରନ୍ୟୁଜ୍

ବାୟାପଡ଼ା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବାୟାପଡ଼ା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ମାଲକାନଗିରି:-କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ଗ୍ରାମ ପଞ୍ଚାୟତର ବାୟାପଡ଼ା ଘାଟିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।ବାୟାପଡା ଘାଟିରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଷାଠିଏ ଫୁଟ ତଳକୁ ଖସି ପଡ଼ିଥିବା ଜଣାପଡିଛି । ସୈାଭାଗ୍ୟ ବସତଃ ସେହି ରାସ୍ତା ଦେଇ କୁଡୁମୁଲୁଗୁମ୍ମା ଦିଦାୟି ଉନ୍ନୟନ ସଂସ୍ଥାର ପିଏମ ନିଜ ଟିମ୍ ସଦସ୍ୟ ମାନଙ୍କୁ ଧରି ଘାଟିରୁ ଓହ୍ଲାଇଥିବା ବେଳେ ହଠାତ୍ ଏଭଳି ଏକ ଘଟଣା ଦେଖି ହତଭାଗ୍ ହୋଇଯାଇ ଥିଲେ ଓ ତୁରନ୍ତ ଉକ୍ତ ବିଷୟରେ ସ୍ଥାନୀୟ ପୋଲିସ ଓ ୧୦୮ କୁ ଖବର ଦେଇଥିଲେ ।

ଏକ ମାନବିକତାର ପରିଚୟ ଦେଇ ଦିଦାୟୀ କର୍ମଚାରୀ ମାନେ କିଛି ନିକଟସ୍ଥ ଗ୍ରାମବାସୀଙ୍କ ସହାୟତାରେ ଦୁର୍ଘଟଣା ଗ୍ରସ୍ତ ପିକଅପ ଭ୍ୟାନ ରେ ଫସି ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ଏହାର କିଛି ସମୟ ମଧ୍ୟରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ଓ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଙ୍କ ନେତୃତ୍ବରେ ଏକ ଦଳ ଘଟଣା ସ୍ଥଳରେ ପହଞ୍ଚି ଅବଶିଷ୍ଟ ଆହତଙ୍କୁ ଉଦ୍ଧାର କରି କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।

କୁଡୁମୁଲୁଗୁମ୍ମା ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଘଟଣାରେ ମୋଟ ୧୩ ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ବିଷୟରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀ ସୁଚନା ଦେଇଛନ୍ତି । ପିକଅପ ଭ୍ୟାନ ଟି ବିରଲକ୍ଷ୍ମଣପୁର ଗ୍ରାମର ଓ ଏଥିରେ ନାଟ୍ୟ କଳାକାର ମାନଙ୍କୁ ନେଇ ବାୟାପଡ଼ା ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା । ଗାଡ଼ିରେ ଓରୀଙ୍ଗୀ, ମୁଦୁଲିଗୁଡ଼ା , ମାର୍କାପାଲି,ରେଙ୍ଗାବେଡା, କର୍ତନପାଲି, ବିଜାପଦର ଗ୍ରାମର କଳାକାର ମାନଙ୍କୁ ନେଇଯାଉଥିବା ସମୟରେ ଏଭଳି ଅଘଟଣ ଘଟିଛି। ତେବେ ଏହି ଗାଡ଼ିଟି ପାଣ୍ଡିରିପାଣି ଅଞ୍ଚଳର ଡ୍ରାଇଭର ନେଇ ଯାଉଥିବା କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଅଜିତ୍ ସିଂ ବରିହା ସୂଚନା ଦେଇଛନ୍ତି।

Related posts

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

Odisha Halchal

ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Odisha Halchal

ଡିଗ୍ରୀ କଲେଜ ପ୍ରାଙ୍ଗଣରେ ମହା ସମାରୋହରେ ଉତ୍କଳ ଦିବସ ପାଳନ

Odisha Halchal

Leave a Comment