ଓଡ଼ିଶା ଖବରନ୍ୟୁଜ୍

ବୋଲେରୋ ଧକ୍କାରେ ମହିଳା ମୃତ

ବୋଲେରୋ ଧକ୍କାରେ ମହିଳା ମୃତ

କେନ୍ଦୁଝର :-ଆନନ୍ଦପୁର ଭଦ୍ରକ ରାସ୍ତାର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ଆଜି ସକାଳ ୧୦ଟା ବେଳେ ଘଟିଛି ଏକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଛି।

ସୂଚନାରୁ ଜଣା ଯାଇଛି ଯେ ଚଣ୍ଡୀ ବିରଞ୍ଚିପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ପତ୍ନୀ ପ୍ରତିମା ଯେନା ଶୌଚ ପାଇଁ ରାସ୍ତା ଆରପଟ କୁ ଯାଇ ଫେରୁଥିବା ବେଳେ ଭଦ୍ରକ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ପ୍ରତିମାଙ୍କ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନନ୍ଦିପଦା ପୁଲିସ ପହଂଚି ଲୋକଙ୍କୁ ବୁଝାସୁଝା କରିବା ପରେ ବୋଲେରକୁ ଜବଦ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

Related posts

ସ୍ତ୍ରୀର ଖୁସି ପାଇଁ ପ୍ରତିଦିନ ଚୋରି

Odisha Halchal

ନୂତନ ବର୍ଷରେ ଶ୍ରୀମନ୍ଦିରକୁ ସମସ୍ତଙ୍କୁ ମୋବାଇଲ ମନା

Odisha Halchal

ସ୍କୁଲ ପିଲାଙ୍କୁ ମିଳୁଛି ପ୍ଲାଷ୍ଟିକ ଚାଉଳ

Odisha Halchal

Leave a Comment