ଓଡ଼ିଶା ଖବରନ୍ୟୁଜ୍

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

ବାଇକ କୁ ଧକ୍କା ଦେଲା ହାଇୱା, ଜଣେ ମୃତ ଦୁଇ ଗୁରୁତର

ସୁନ୍ଦରଗଡ:-ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରିକଳା ଗ୍ରାମ ନିକଟ ମୁଖ୍ୟ ରାସ୍ତାରେ ରାତି ପ୍ରାୟ ୮ ଟା ବେଳେ ଏକ ହାଇୱା ଗୋଟେ ବାଇକ କୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି।

ଘଟଣାରୁ ପ୍ରକାଶ ଯେ ଆଜି ରାତି ପ୍ରାୟ ୮ ଟା ସମୟରେ କେନ୍ଦ୍ରିକଳା ପଞ୍ଚାୟତ ଅଲେଖପୂର ଗ୍ରାମର ଅଶୋକ କୁମାର ପାତ୍ର (34)ଓ ତାଙ୍କର ଦୁଇ ଜଣ ସାଙ୍ଗଙ୍କ ସହିତ କୌଣସି କାମରେ ନିଜ ଗାଁ ରୁ ବଣାଇଁ ପଟକୁ ଆସୁଥିଲା ବେଳେ କେନ୍ଦ୍ରିକଳା ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ଥିବା ଏକ ପୋଖରୀ ପାଖରେ ସେମାନଙ୍କ ବାଇକ କୁ ଏକ ହାଇୱା ଧକ୍କା ଦେଇ ଫେରାର ହୋଇ ଯାଇଥିଲା।

ଫଳରେ ୩ ଜଣ ବାଇକ ରୁ ଛିଟିକି ପଡ଼ିଥିଲେ।ସ୍ଥାନୀୟ ଲୋକେ ଖବର ପାଇ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ।ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ଅଶୋକ କୁମାର ପାତ୍ର ଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ବଣାଇଁ ପୋଲସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଫେରାର ଥିବା ଗାଡିର ସନ୍ଧାନ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Related posts

ଗୁଣପୁର ଚଇତି ଇଡିତାଲ ପ୍ରସ୍ତୁତି ବୈଠକ

Odisha Halchal

ଥମୁନି ଧଳାଜହର କାରବାର, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

Odisha Halchal

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ

Odisha Halchal

Leave a Comment