ଅପରାଧଦେଶ ବିଦେଶନ୍ୟୁଜ୍

ବୀରଭୂମ ହିଂସା ଘଟଣା: ୮ ଜଣ ଜୀଅନ୍ତା ଜଳିଯିବା ପରେ ଭୟରେ ଘର ଛାଡୁଛନ୍ତି ଲୋକେ

ବୀରଭୂମ ହିଂସା ଘଟଣା ୮ ଜଣ ଜୀଅନ୍ତା ଜଳିଯିବା ପରେ ଭୟରେ ଘର ଛାଡୁଛନ୍ତି ଲୋକେ

ପଶ୍ଚିମବଙ୍ଗର ବୀରଭୂମରେ ତୃଣମୂଳ କଂଗ୍ରେସ ନେତା ଭାଦୂ ଶେଖ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳିବା ଘଟଣା ପରେ ଏହି ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବୀରଭୂମ ଜିଲ୍ଲାର ବାଗୁତି ଗାଁ ଚାରିଆଡୁ ଶ୍ରୀହୀନ ଦେଖାଯାଉଛି । ହିଂସା ଓ ଅଗ୍ନିକାଣ୍ଡ ଘଟଣା ପରେ ଲୋକେ ଘର ଛାଡ଼ି ପଳାୟନ କରୁଛନ୍ତି । ଲୋକଙ୍କ ମନୟରେ ଭୟ ଯେ, କାଳେ ଦ୍ୱିତୀୟ ଥର ପାଇଁ ପୁଣି ସମାନ ପ୍ରକାରର ଅଘଟଣ ଘଟିବ । ସମ୍ଭାବିତ ଏଭଳି ଘଟଣାରୁ ଅତିକମରେ ବର୍ତ୍ତିଯିବା ପାଇଁ ଲୋକେ ପଳାୟନ କରୁଛନ୍ତି ।

ଗତକାଲିର ଘଟଣା ପରେ ଭାଦୂ ଶେଖଙ୍କ ଭାଇ ନୂର ଅଲୀ ଗାଁରୁ ପଳାୟନ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ତୃଣମୂଳ କଂଗ୍ରେସ ନେତା ଭାଦୂ ଶେଖଙ୍କ ହତ୍ୟା ପରେ ଅଗ୍ନିକାଣ୍ଡ ଘଟଣା ଯେଉଁ ସ୍ଥାନରେ ହୋଇଛି, ନୂର ଅଲୀଙ୍କ ଘର ଠିକ୍ ସାମ୍ନାରେ ଅଛି । ଜାତୀୟ ଗଣମାଧ୍ୟମର ପ୍ରତିନିଧିଙ୍କୁ ନୂର ଅଲୀ କହିଛନ୍ତି ଯେ, ମୋର ଭାଇଙ୍କୁ ସୋମବାର ହତ୍ୟା କରାଗଲା । ଏହି ଘଟଣାରେ ଜଣେ ଲୋକ ଗିରଫ ହୋଇଛି । ମୋ ପରିବାରରେ ମହିଳା ଅଛନ୍ତି । ମୋତେ ଭୟ ଲାଗୁଛି । ତେଣୁ ଏଠାରେ ଶୋଇପାରିବି ନାହିଁ । ମୁଁ ମୋର ପରିବାର ଲୋକଙ୍କୁ ହରାଇଛି । ତେଣୁ ଅନ୍ୟମାନଙ୍କୁ ନେଇ ବାହାରକୁ ପଳାୟନ କରୁଛି ।

ପଶ୍ଚିମବଙ୍ଗରେ ଟିଏମ୍‌ସି ନେତାଙ୍କ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦିଆଯାଇଛି । ଏହି ଘଟଣାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ଼ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥି ସହିତ ରାଜ୍ୟପାଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଭିଡିଓ ଟୁଇଟ୍ କରି ଜଗଦୀପ ଲେଖିଛନ୍ତି ଯେ, ଭୟାନକ ହିଂସା ଓ ଅଗ୍ନିକାଣ୍ଡ ଘଟଣାରୁ ସଂକେତ ମିଳୁଛି ଯେ, ରାଜ୍ୟରେ ହିଂସାର ସଂସ୍କୃତି ଓ ଜଙ୍ଗଲରାଜ ଚାଲିଛି । ମୁଖମନ୍ତ୍ରୀ ମମତା ବାନାର୍ଜୀ ଲେଖିଛନ୍ତି ଯେ, ରାଜ୍ୟପାଳ ଏଭଳି ବୟାନ ନ ଦିଅନ୍ତୁ । ଏହା ଦ୍ୱାରା ଅନ୍ୟ ଦଳକୁ ଧମକାଇବା ପାଇଁ ସମର୍ଥନ ମିଳିବ । ଏହି ଘଟଣା ନେଇ ବିଜେପି ସିବିଆଇ ତଦନ୍ତ ଦାବି କରିଛି ।

Related posts

ଭିଜିଲାନ୍ସ ପଞ୍ଝା ରେ ଏ ଆର ଆଇ

Odisha Halchal

ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ଜିଲ୍ଲାପାଳ ଅଫିସ୍ ଘେରାଉ

Odisha Halchal

ସେବା ଭାରତୀ ତରଫରୁ ଅଗ୍ନିବିପର୍ଣ୍ଣ ଙ୍କୁ ସହାୟତା

Odisha Halchal

Leave a Comment