ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀ ଗିରଫ

ବାଲେଶ୍ୱର(ବ୍ୟୁରୋ ଓଡିଶା ହାଲଚାଲ):- ‌ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ। ମିଳିଥିବା ସୂଚନା ମୁତାବକ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରାଯାଇଛି । ଏହି ତିନିଜଣ ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା ୩୦୪ ଓ ୨୦୧ ସିଆରପିସିରେ ମାମଲା ରୁଜୁ ହୋଇଛି।ମିଳିଥିବା ସୂଚନା ମୁତାବକ ଅପରାଧିକ ଷଡଯନ୍ତ୍ର ସହ ପ୍ରମାଣ ନଷ୍ଟ କରିବା ଭଳି ସଂଗୀନ ଅଭିଯୋଗ ଆଣିଛି ସିବିଆଇ ଏମାନଙ୍କ ନାମରେ କୁହାଯାଉଛି ଯେ ଏହି ତିନିଜଣ ଅଭିଯୁକ୍ତ ଜାଣିଥିଲେ ଯେ ସେମାନଙ୍କ କାର୍ଯ୍ୟକଳାପ ଲାଗି ଏଭଳି ଦୁର୍ଘଟଣା ଘଟିବ ।

ଏହା ସତ୍ତ୍ୱେ ବି ସେମାନେ କାହାକୁ ଜଣାଇନଥିଲେ । ଉଲ୍ଲେଖ ଥାଉ କି ଦକ୍ଷିଣପୂର୍ବ ରେଳ ସୁରକ୍ଷା କମିସନର (ସିଆର୍‌ଏସ୍‌) ମଧ୍ୟ ତଦନ୍ତ ରିପୋର୍ଟରେ ଏହି କଥା କହିଥିଲେ । ତାଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରାକ୍‌ରେ କିଛି ଅସୁବିଧା ନଥିଲା। ସମସ୍ୟାଟି ଥିଲା ସିଗ୍‌ନାଲ୍‌ ଓ ଟେଲି ଯୋଗାଯୋଗ ବିଭାଗରେ।ଷ୍ଟେସନ୍‌ ମ୍ୟାନେଜର, ସିଗନାଲ ଇଞ୍ଜିନିୟର, ଟେକ୍ନିସିଆନ୍ କାହାରି କାହା ସହ ତାଳମେଳ ରହିଲାନି।

ସିଗ୍‌ନାଲ ସଙ୍କେତ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ତାର, ଉପକରଣ ମରାମତି କ୍ଷେତ୍ରରେ ମଧ୍ୟ ଏକାଧିକ ତ୍ରୁଟି ରହିଥିଲା। ଏହାକୁ ନଜରଅନ୍ଦାଜ କରାଯିବା ଫଳରେ ବାହାନଗା ଭଳି ଏତେ ବଡ଼ ରେଳ ବିପର୍ଯ୍ୟୟ ଘଟିଲା । ଜୁନ୍ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ବଜାର ଷ୍ଟେସନ୍‌ଠାରେ ଶାଲିମାର-ଏମ୍‌ଜିଆର ଚେନ୍ନାଇ ସେଣ୍ଟ୍ରାଲ୍‌ କରମଣ୍ଡଳ ଏକ୍ସପ୍ରେସ୍‌ ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇ ଓଲଟି ପଡ଼ିବା ଫଳରେ ଅପର ପାର୍ଶ୍ବରୁ ଆସୁଥିବା ହାଓଡ଼ା ଏସ୍‌ଏମ୍‌ଭିବି (ଯଶବନ୍ତପୁର) ଏକ୍ସପ୍ରେସ୍‌ର ଶେଷ ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇ ବିଲକୁ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଥିଲେ।

ଏହାପରେ ସିବିଆଇ ତଦନ୍ତ ପାଇଁ ରେଳ ମନ୍ତ୍ରାଳୟ ସୁପାରିଶ କରିଥିଲା । ସିବିଆଇ ପକ୍ଷରୁ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣରୁ ଅଧିକ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ବୟାନ୍‌ ରେକର୍ଡ କରିଥିଲା । ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ସିବିଆଇ ଲୋଡିଥିଲା । ଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଥିଲା ।

Related posts

ମଦର ଟେରେସା ସ୍ୱେର୍ଭିସିଙ୍ଗ ସେଣ୍ଟରଙ୍କ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳନ

Odisha Halchal

ହାତୀ ଉପଦ୍ରବ ଥମିବାର ନା ଧରୁନି ବନ ବିଭାଗର ଖାମଖ୍ୟାଲି ଯୋଗୁଁ ଚିନ୍ତାରେ ପଡ଼ିଚନ୍ତି ଚାଷୀ

Odisha Halchal

ଜାତୀୟ ରାଜପଥରେ ଚୋରା ତେଲ ବେପାର

Odisha Halchal

Leave a Comment