ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗର୍ଜିଲେ

ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗର୍ଜିଲେ

କଳାହାଣ୍ଡି:-ଆଦାନୀଙ୍କ ବ୍ୟବସାୟ କୁ ନେଇ ହିଡେଂବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ସବୁଆଡେ ରାଜନିତୀ ଜୋର ଧରିଛି । ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା କେଂଗ୍ରେସ ପକ୍ଷରୁ ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ବିଭିନ୍ନ ପ୍ରସଙ୍ଗ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଛି କଂଗ୍ରେସ ।

ମୋଦି ଙ୍କ ଦୁଇ ବନ୍ଧୁ ଆଦାନୀ ଓ ଅମ୍ବାନୀ ଙ୍କ ହାତରେ ବର୍ତମାନ ବର୍ତମାନ ଦେଶର ସବୁ ଦିଗକୁ କେନ୍ଦ୍ର ସରକାର ନ୍ୟସ୍ତ କରିଦେଲେଣି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ ଆଣିଛି ।କଂଗ୍ରେସ ର ଅଭିଯୋଗ ଅନୁଯାଇ ବର୍ତମାନ ବିଶ୍ୱ ରେ ବଡ଼ ଠକାଇ ହେଉଛି। ଏହି ଲୁଟ ରେ ସହ ଭାଗୀ ଅଛନ୍ତି କେନ୍ଦ୍ର ରେ ଥିବା ବି ଜେ ପି ସରକାର ।

ଏପରିକି ସଂସଦରେ ଏହି ପ୍ରସଙ୍ଗ ନେଇ ବିରୋଧୀଙ୍କୁ ପ୍ରଶ୍ନ ପଚାରିବାକୁ ଦିଆଯାଉନି ଓ ପଚାରିଲେ ତାହାକୁ କାଟି ଦିଆଯାଉଛି ।ଏହି ବଡ଼ ସ୍କାମକୁ ଜେପିସି ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରୁଛି । ତଦନ୍ତ ହେଲେ କିପରି ଭାରତ କୁ ଲୁଟ କରାଯାଉଛି ସାଧାରଣ ଜନତା ତାର ଉଚିତ ଦିଗ ଜାଣିପାରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ।

Related posts

ଖେଳାଳି ମାନଙ୍କର ଐତିହାସିକ ସଫଳତା

Odisha Halchal

ପୂର୍ବତନ ଉପବାଚସ୍ପତିଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

Odisha Halchal

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Halchal

Leave a Comment