ଅପରାଧଓଡ଼ିଶା ଖବରନ୍ୟୁଜ୍

ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା

ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା

ଢେଙ୍କାନାଳ:-(ରିପୋର୍ଟ :-ଦିବ୍ୟ ରଞ୍ଜନ ମହାନ୍ତି)ମଣିଷ ପାଲୁଟୁଛି ରକ୍ତ ପିଶାଚ l ନିଜର କ୍ରୋଧ କୁ ଆୟତ୍ତ ନ କରିପାରି କରିଚାଲୁଛି ହତ୍ୟା l ସେହିପରି ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଦୁଇ ନାବାଳକ ସହ ତାଙ୍କ ବାପl ଠେଙ୍ଗାରେ ପିଟିପିଟି ହତ୍ୟା କରିବାର ଘଟଣା ଏବେ ସାମ୍ନା କୁ ଆସିଛି ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମର ଗଙ୍ଗାଧର ପଧାନ ଗତକାଲୀ ଦିନ ବାରଟା ସମୟରେ ବିଲକୁ ଯାଉଥିବା ସମୟରେ ପୂର୍ବ ଶତ୍ରୁତା କେନ୍ଦ୍ର କରି କୁଶଗୋଡା ଗ୍ରାମର ଶେଷ ଦେହୁରୀ ଓ ତାଙ୍କର ଦୁଇ ନାବାଳକ ପୁଅ ଅତର୍କିତ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରେ ଗଙ୍ଗାଧର ଟଳିପଡିବା ସମୟରେ ଗ୍ରାମବାସୀଙ୍କୁ ଦେଖି ବାପପୁଅ ଫେରାର ହୋଇଥିଲେ ।

ଘଟଣାସ୍ଥଳରୁ ଗଙ୍ଗାଧରଙ୍କୁ ଉଦ୍ଧାର କରି ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଲେ । ସେଠି ଡାକ୍ତର ତାଙ୍କୁ କଟକ ରେଫର କରିଥିଲେ ହେଁ ଅର୍ଥ ଅଭାବରୁ ଗଙ୍ଗାଧର ଙ୍କୁ ଘରକୁ ଆଣିଥିଲେ । ହେଲେ ଗତକାଲୀ ରାତ୍ର ୧୧ ଟା ସମୟରେ ତାଙ୍କର ନିଜ ଘରେ ମୃତ୍ୟୁ ହୋଇଥିଲା । ତେବେ ଏ ନେଇ ପରିବାର ଲୋକେ ଆଜି ନିହଲପ୍ରସାଦ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହିତ ଅଭିଯୁକ୍ତ ବାପ ଓ ଦୁଇ ନାବାଳକ ପୁଅଙ୍କୁ ଗିରଫ କରିଛି ନିହଲପ୍ରସାଦ ପୋଲିସ । ତେବେ ଘଟଣାସ୍ଥଳରେ ଢେଙ୍କାନାଳ ସାଇଣ୍ଟିଫିକ ଟିମି ପହଞ୍ଚି ତଦନ୍ତ ଜାରିରଖିଛି ।

Related posts

ପୁଣି ଲାଗିଲା ମାଓ ପୋଷ୍ଟର

Odisha Halchal

ବେଆଇନ କଫ ସିରପ ଜବତ

Odisha Halchal

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ

Odisha Halchal

Leave a Comment