ଓଡ଼ିଶା ଖବରନ୍ୟୁଜ୍

SUJ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ

SUJ ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା :-(ଜି :ପ୍ର ଓଡିଶା ହାଲଚାଲ) ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ରାଜ୍ୟ ସାମ୍ବାଦିକ ସଙ୍ଘ SUJ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଦୁହୁରିଆ ଛକ ଠାରେ ଜଳଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଜଳଛତ୍ର କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା SUJ ଜିଲ୍ଲା ସଭାପତି ଦୈତାରୀ ଜେନା ଙ୍କ ନେତୃତ୍ୱ ରେ ହୋଇଥିବା ବେଳେ ଏହାକୁ ଉଦଘାଟନ କରିଥିଲେ କେନ୍ଦ୍ରାପଡ଼ା SDPO ଜୟନ୍ତ ମହାପାତ୍ର l

ଏହି କାର୍ଯ୍ୟକ୍ରମ ରେ SUJ ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି, କେନ୍ଦ୍ରାପଡ଼ା ସଦର ଥାନା IIC ସରୋଜ ସାହୁ, ବିଜୁ ଜନତା ଦଳ ର ଯୁବ ସଭାପତି ରାଜେଶ ଦାସ ସ୍ଥାନୀୟ ସମିତି ସଭ୍ୟ ଦେବାଶିଷ ଦାସ ଯୋଗ ଦେଇ ଥିଲେ lରାଜ୍ୟ ସାମ୍ବାଦିକ ସଙ୍ଘ ପକ୍ଷରୁ ଆକାଶ ଦାସ, ଅସିତ ପଣ୍ଡା, ନିରଞ୍ଜନ ପରିଡା, ରାକେଶ ମହାନ୍ତି, ରାକେଶ ସାହୁ, ପ୍ରଶାନ୍ତ ନାୟକ, ପ୍ରଫୁଲ୍ଲ ମାଲ୍ହ, ଗୌତମ ସାହୁ, ଦ୍ରୁତି ରଞ୍ଜନ ବାରିକ, ଅଶ୍ୱିନୀ ସାହୁ, ସୁବାସ ସ୍ୱାଇଁ, ତ୍ରିଲୋଚନ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l

ସମାଜସେବୀ ଅମର ବିଶ୍ୱଳ, ଦୁର୍ଗା ପ୍ରସାଦ ବେହେରା, ପ୍ରଦୀପ ମହାନ୍ତି ଆଦି ଯୋଗ ଦେଇ କର୍ମ କର୍ତ୍ତା ମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଜଳଛତ୍ର କାର୍ଯ୍ୟକ୍ରମ ଦୁହୁରିଆ ଠାରେ ତିନିଦିନ ହେବାକୁ ଥିବାବେଳେ ପର୍ଯ୍ୟାୟ କ୍ରମେ ମାର୍ଶାଘାଇ ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି, ପଟାମୁଣ୍ଡାଇ, ଗରଦପୁର ଓ ଡେରାବିଶ ବ୍ଲକ ଅଞ୍ଚଳ ରେ ଅନୁଷ୍ଠିତ ହେବା ନେଇ SUJ ଜିଲ୍ଲା ସଭାପତି ଶ୍ରୀ ଯେନା ସୂଚନା ଦେଇଛନ୍ତି l

Related posts

ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ

Odisha Halchal

ଜୁଆ ଆଡ୍ଡା ଉପରେ ଚଡାଉ

Odisha Halchal

ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକ

Odisha Halchal

Leave a Comment