ଓଡ଼ିଶା ଖବରନ୍ୟୁଜ୍

ବିଜେଡିର ଜନସମ୍ପର୍କ ପଦଯାତ୍ରା

ବିଜେଡିର ଜନସମ୍ପର୍କ ପଦଯାତ୍ରା

ସୁବର୍ଣ୍ଣପୁର:- (ରିପୋର୍ଟ:- ମଣ୍ଟୁମନ୍ତ୍ରା)ବୀରମହାରାଜପୁର ଜୋନ-୨ ର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।କେନଝିରିଆପାଲି ଗ୍ରାମ ପଞ୍ଚାୟତ ର ବାରଝୁଲା ଗ୍ରମରୁ ପଦଯାତ୍ରା ଆରମ୍ଭ ହୋଇଥିଲା।ଦଳୀୟ କର୍ମୀମାନେ ଏକ ବିଧାୟକଙ୍କୁ ସେଠାରେ ସ୍ବାଗତ କରିଥିଲେ।ପରେ କେନଝିରିଆପାଲି ଗ୍ରାମରେ ଏକ ସଭା କରାଯାଇଥିଲା।ସେଠାରୁ ବହଲପଦର ପଞ୍ଚାୟତ ର କେଶଲଗା, ଦୁର୍ଜନତୈଲା ପଞ୍ଚାୟତର ଦାଦରପାଲି,କୁଞ୍ଜାପାଲି କୁ ପଦଯାତ୍ରା କରାଯାଇ ଥିଲା।ବହଳପଦର ପଞ୍ଚାୟତର ଗୌଡଗାଡ ଦେଇ ଅମରପାଲି,ବହଳପଦର ଓ ଶେଷରେ ଭାଲୁଡୁଙ୍ଗୁରୀ(କଲନିପଡା)ରେ ପଦଯାତ୍ରାରେ ପହଞ୍ଚିଲା ପରେ ଶେଷ ହୋଇଥିଲା।ପଦଯାତ୍ରା ସମୟରେ ଅମରପାଲି ରେ ଅନୁଷ୍ଠିତ ସଭାରେ ବିଧାୟକ ପଦ୍ମନାଭ ବେହେରା ବକ୍ତବ୍ୟ ପ୍ରଦାନ କରିଥିଲେ।

ଅନ୍ୟମନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା,ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା,ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା,ଜିଲ୍ଲା ବିଜେଡି ସମ୍ପାଦକ ରଞ୍ଜିତ ରଥ,ବରିଷ୍ଠ ଆଇନଜିବୀ ସ୍ବୟମ୍ଭୁନାଥ ଖଣ୍ଡଗିରୀ,ବ୍ଲକ ବିଜେଡି ମହିଳା ସଭାନେତ୍ରୀ ସୁପ୍ରଭା ଖେତୀ, ପୂର୍ବତନ ଜିଲ୍ଲା ପରିଷଦ ଉତ୍ତର କୁମାର ପାତ୍ର,ପୂର୍ବତନ ସରପଞ୍ଚ ରଞ୍ଜିତ ଖେତୀ,ବହଳପଦର ସରପଞ୍ଚ ନିରୂପମା ସେଠୀ,ସମିତିସଭ୍ୟା ସୁଗନ୍ଧା ଘିବିଲା,ଦୁର୍ଜନତୈଲା ସରପଞ୍ଚ ବିଷ୍ଣୁପ୍ରିୟା କୁମ୍ଭାର,ସମିତିସଭ୍ୟା ଇତିଶ୍ରୀ ମହାକୁର,କେନଝରିଆପାଲି ସରପଞ୍ଚ ସସ୍ମିତା ଦୀପ,ସମିତିସଭ୍ୟା ସୁଷମା ସେଠୀ,ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀନାରାୟଣ ପୁରୋହିତ,ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଚନ ବାଦୀ,ବିନୋବାନନ୍ଦ ପ୍ରଧାନ,ମଧୁ ପଣ୍ଡା,ହର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ଦିଲ୍ଲିପ ଜଗଦଲା,ପୃଥ୍ବିରାଜ ମହାକୁର,ରାଧାମାଧବ ବେହେରା,ନାଏବ ସରପଞ୍ଚ ଜୟରାମ ବିଶି,ହର ବେହେରା,ବିମ୍ବାଧର ସାହୁ,ଶରତ ଚନ୍ଦ୍ର ବସ୍ତିଆ ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ଜନପ୍ରତିନିଧି ପଦଯାତ୍ରାରେ ସାମିଲ ଥିଲେ।ପଦଯାତ୍ରାବେଳେ ବିଜେଡି ଏକ ସଙ୍ଗଠିତ ଦଳ।ଦଳ ସବୁବେଳେ ଲୋକଙ୍କ ପାଇଁ କାମ କରୁଛି।

ମୁଖ୍ୟମନ୍ତ୍ରୀ ନବିନପଟ୍ଟନାୟକ ସବୁବେଳେ ସାଢେ ଚାରି କୋଟି ଓଡିଆଙ୍କ ପସନ୍ଦର ବୋଲି ମତ ପ୍ରକାସ କରିଥିଲେ।ଏହା ସହିତ ସରକାର ଙ୍କ ଯାହାସବୁ ଜନହିତାକରୀ ଯୋଜନା ରହିଛି ତାହାକୁ ସାଧାରଣ ଲୋକଙ୍କୁ କହିଥିଲେ।ବିଭିନ୍ନ ସ୍ଥାନରେ ଲୋକେ ବିଧାୟକ ଙ୍କୁ ବିଭିନ୍ନ ସମସ୍ୟାର ଦାବୀପତ୍ର ପ୍ରଦାନ କରିଥିଲେ।ପଦଯାତ୍ରା ବେଳେ ପ୍ରତ୍ୟେକ ସ୍ଥାନରେ ଲୋକେ ସ୍ବାଗତ କରିଥିଲେ।

Related posts

ବ୍ଲଡ୍‌ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ ଏହି ୫ଟି ଜିନିଷ, ପ୍ରତିଦିନ ଖାଦ୍ୟରେ କରନ୍ତୁ ସାମିଲ୍

Odisha Halchal

ଗ୍ୟାଲେକ୍ସି ସିନେମା ହଲକୁ ସିଲ୍ କରିଦେଲେ ଜିଲ୍ଲା ପ୍ରଶାସନ

Odisha Halchal

କେନ୍ଦୁଝରରେ ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ନିର୍ଧୁମ ଛେଚିଲେ

Odisha Halchal

Leave a Comment