ଓଡ଼ିଶା ଖବରନ୍ୟୁଜ୍

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳ

ବୌଦ୍ଧ :-ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଠାବ । ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଗୌଡ଼ଦେଇ ଇଂଜିନିୟରିଂ କଲେଜ ପଛ ପାଖ ଜଙ୍ଗଲରୁ ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକଙ୍କ ପରିଚିୟ ହେଲା ଜମୁପାଲିର ଅଜିତ ଭୋଇ ଓ ଯୁବତୀଙ୍କ ପରିଚୟ ମିଳୁନାହିଁ ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଜମୁପାଲିର ଅଜିତ ଭୋଇ ଜଣେ ବିବାହିତ ସହିତ ତାଙ୍କର ଗୋଟେ ଝିଅ ଓ ପୁଅ ରହିଛି। ତେବେ ଅଜିତ କାମ କରିବାକୁ ତାମିଲନାଡୁ ଯାଇଥିବା ବେଳେ ସେଠାରେ ଜଣେ ଓଡ଼ିଆ ଯୁବତୀଙ୍କୁ ପ୍ରେମ କରି ଘରକୁ ଆଣିଥିଲେ । ଏହି କଥାକୁ ଘର ଲୋକ ଓ ସ୍ତ୍ରୀ ସହଜରେ ଗ୍ରହଣ କରି ନପାରି ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପ ଘରକୁ ଚାଲିଯାଇଥିବା ବେଳେ ଆଜିତ ନିଜର ପ୍ରେମିକଙ୍କ ସହ ରହୁଥିବା ଘର ଲୋକଙ୍କୁ ବି ପସନ୍ଦ ନଥିବା ଜଣାପଡିଛି ।

ତେବେ ଆଜି ସକାଳୁ ଗୌଡ଼ଦେଇ ସ୍ଥିତ ସରକାରୀ ଇଂଜିନିୟରିଂ କଲେଜ ପଛପଟ ଜଙ୍ଗଲରୁ ଉଭୟ ପ୍ରେମୀ ଯୁଗଳଙ୍କ ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ଏନେଇ ପୋଲିସକୁ ଖବର ଦିଆଯାଇଥିବା ବେଳେ ବର୍ତମାନ ସୁଦ୍ଧା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରନଥିବା ଜଣାପଡିଛି ।

Related posts

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

Odisha Halchal

କପିଳାସ କାଇମାଟିରେ ଦୁର୍ଘଟଣା: ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

Odisha Halchal

ମହିଳା ଙ୍କ ମୃତ୍ୟୁ ଉତ୍ୟକ୍ତ ଗ୍ରାମବାସୀ ଙ୍କ ପକ୍ଷରୁ ରାସ୍ତା ଅବରୋଧ

Odisha Halchal

Leave a Comment