ଓଡ଼ିଶା ଖବରନ୍ୟୁଜ୍

ଶିଳ୍ପ ତାଲିମ କେନ୍ଦ୍ରରେ ରକ୍ତ ଦାନ ଶିବିର

ଶିଳ୍ପ ତାଲିମ କେନ୍ଦ୍ରରେ ରକ୍ତ ଦାନ ଶିବିର

ସୁବର୍ଣ୍ଣପୁର:- ଜିଲ୍ଲାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିର କୁ ଉଦଘାଟନ କରିଥିଲେ ଓ ସମ୍ମାନିତ ଅତିଥି ଭାବରେ ରକ୍ତ କେନ୍ଦ୍ର ପରାମର୍ଶ ଦାତା ଗତି କୃଷ୍ଣ ମିଶ୍ର ଉପସ୍ଥିତ ରହିଥିଲେ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ନୂତନ ରକ୍ତ ଦାନ କରୁଥିବା ରକ୍ତ ଦାତା ଙ୍କୁ ରକ୍ତ ଦାନ ର ଏ ମହତ୍ କାର୍ଯ୍ୟ କୁ ସମସ୍ତେ କରିବା ଉଚିତ୍ ବୋଲି କହିଛନ୍ତି। ସମୁଦାୟ 50ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ 6ଜଣ ଛାତ୍ରୀ ଓ 5ଜନ ପ୍ରଶିକ୍ଷକ ରକ୍ତ ଦାନ କରି ଥିଲେ ।

ଅନୁଷ୍ଠାନ ର ଅଧ୍ୟକ୍ଷ ଶୈଳେଶ ନାୟକ ଙ୍କ ତତ୍ବାବଧାନରେ ପ୍ରଶିକ୍ଷକ ଶୁଭେନ୍ଦୁ ବେହେରା, ସୁଶାନ୍ତ ଜେନା, ବଦ୍ରି ନାରାୟଣ ମହାପାତ୍ର, ସତ୍ୟ ପ୍ରଜ୍ଞା ଥନାପତି, ଶ୍ରିବନ୍ତ୍ ନାୟକ, ବଦ୍ରି ନାରାୟଣ ପଣ୍ଡା, ଖଗେନ୍ଦ୍ର ସିଆଲ, ନରେନ୍ଦ୍ର ବରାଲ , ଦୟାମୟ ଗୁରୁ, ଲୋକନାଥ ନାଗ, ପ୍ରମୁଖ ରକ୍ତ ଶିବିର ରେ ସାହୟୋଗ କରିଥିଲେ। ଜିଲ୍ଲା ରକ୍ତ କେନ୍ଦ୍ର ର ଜିଲ୍ଲା ସଭାପତି ମନୋଜ ପଣ୍ଡା, ସୁବାସ ପଣ୍ଡା, ଜଗତ ଦାରୁ ଅନ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ପ୍ରମାଣ ପତ୍ର ପ୍ରଦାନ ଓ ରକ୍ତ ସଂଗ୍ରହ କରିଥିଲେ ।

Related posts

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

Odisha Halchal

ଥମୁନି ଧଳାଜହର କାରବାର, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ

Odisha Halchal

ଘରେ ପଶି ଜବରଦସ୍ତି ଯୁବତୀଙ୍କୁ ଦୁଷ୍କର୍ମ !

Odisha Halchal

Leave a Comment