ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଦୀପାବଳି ପାର୍ଟିରେ କାଜୋଲଙ୍କ ଲାଡଲିଙ୍କୁ ଦେଖି ଚିହ୍ନି ପାରିଲେନି ଫ୍ୟାନ୍ସ,

ଦୀପାବଳି ପାର୍ଟିରେ କାଜୋଲଙ୍କ ଲାଡଲିଙ୍କୁ ଦେଖି ଚିହ୍ନି ପାରିଲେନି ଫ୍ୟାନ୍ସ,

ଦୀପାବଳି ପାର୍ଟିରେ କାଜୋଲଙ୍କ ଲାଡଲିଙ୍କୁ ଦେଖି ଚିହ୍ନି ପାରିଲେନି ଫ୍ୟାନ୍ସ, କହିଲେ କିଛି ତ ଗଡବଡ୍ ହୋଇଛି…ବଲିଉଡ୍ ସିଙ୍ଘମ ଅଜୟ ଦେବଗନ ଓ କାଜୋଲଙ୍କ ଝିଅ ନାସା ଦେବଗନ। ବଲିଉଡର ଫେମସ୍ ଷ୍ଟାର କିଡଙ୍କ ମଧ୍ୟରୁ ସେ ଜଣେ। ଏବେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା। ତେବେ କାହିଁକି ଜାଣିଛନ୍ତି? ତାଙ୍କ ଲୁକକୁ ନେଇ।

ନିକଟରେ ଭୂମି ପେଡନେକରଙ୍କ ଦିୱାଲୀ ପାର୍ଟିରେ ନ୍ୟାସା ଏକ ଗୋଲ୍ଡେନ କଲର ଲେହେଙ୍ଗା ପିନ୍ଧି ଯାଇଥିବା ଦେଖିବାକୁ ମିଳିଥିଲା। ସେଦେନି ସେ ଖୁବ୍ ସୁନ୍ଦର ଦିଶୁଥିଲେ। ହେଲେ ଚର୍ଚ୍ଚା ହୋଇଥିଲା ରବିବାର ପାର୍ଟିରେ ତାଙ୍କ ଲୁକକୁ ନେଇ। ସେହି ପାର୍ଟିରେ ସେ ଏକ ଲାଇଟ୍ ବ୍ଲୁ କଲର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ନ୍ୟାସା ନିଜ ସାଙ୍ଗ ସହ ପାର୍ଟିରେ ପହଞ୍ଚିଥିଲେ, ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟକର ଥିଲା।

ସେଆର ହୋଇଥିବା ଭିଡିଓରେ ନ୍ୟାସା ଖୁବ୍ ଷ୍ଟନିଂ ଲାଗୁଥିଲେ। ଭିଡିଓରେ ସେ ତାଙ୍କ ସାଙ୍ଗଙ୍କ ସହିତ କିଛି କଥା ହେଉଥିବା ଦେଖିବାକୁ ମିଳିଥିଲା। ତେବେ, ନ୍ୟାସାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ତାଙ୍କୁ ଚିହ୍ନି ପାରି ନାହାନ୍ତି। କାହିଁକିନା ନ୍ୟାସାଙ୍କ ଲୁକରେ ହୋଇଥିଲା ସାଙ୍ଘାତିକ ପରିବର୍ତ୍ତନ।

ନ୍ୟାସାଙ୍କ ଫଟୋ ଉପରେ ମନ୍ତବ୍ୟ ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ମୁହଁରେ କିଛି ତ ଗଡ଼ ବଡ ଅଛି। ଅନ୍ୟ ଜଣେ ଲେଖିଛନ୍ତି, ‘ସେ ଏତେ ଭିନ୍ନ କେମିତି ଦେଖାଯାଉଛନ୍ତି? ଆଉ ଜଣେ ଲେଖିଛନ୍ତି, ଆପଣ ମୁହଁ ସହିତ କିଛି କରିଛନ୍ତି କି? କେତେକ ଲୋକ ତାଙ୍କୁ ଲୁକକୁ ଜାନଭୀ କପୁରଙ୍କ ଲୁକ୍ ସହିତ ତୁଳନା କରିଛନ୍ତି​​।

Related posts

କୃଷି ଜିଲ୍ଲା କାର୍ଯ୍ୟାଳୟରେ ପାରା ସମ୍ରସାରଣ କର୍ମୀଙ୍କ ତାଲିମ ଶିବିର

Odisha Halchal

ଦୁଇ ମାସ ବିତି ଯାଇଥିଲେ ବି ବାହାରୁନାହିଁ ସତ୍ୟା ସତ୍ୟ

Odisha Halchal

ପ୍ରେମର ଶେଷ ପରିଣତି! ପ୍ରେମିକକୁ ଉଠାଇଲା ପୋଲିସ

Odisha Halchal

Leave a Comment