ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

ଯଦି ଆପଣ ସାମ୍ପୁ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ସାମ୍ପୁ ବ୍ୟବହାର ଦ୍ୱାରା ହୋଇପାରେ କ୍ୟାନସର ରୋଗ । ତେବେ ଜଣାଶୁଣା କମ୍ପାନୀ ୟୁନିଲିଭରର ଏକାଧିକ ଶାମ୍ପୁରେ କ୍ୟାନସର ସୃଷ୍ଟିକାରୀ କେମିନାଲ ମିଳିଥିବା ଜଣାପଡ଼ିଛି ।

ଡୋଭ୍, ନେକ୍ସସ୍, ସୁଆଭ୍, ଟିଜି ଏବଂ ଟ୍ରେସମି ଏୟାରସୋଲୋ ଡ୍ରାଏ ଶାମ୍ପୁକୁ ଆମେରିକା ବଜାରରୁ ଫେରାଇ ଆଣିଛି କମ୍ପାନୀ । ଏକ ରିପୋର୍ଟ ଅନୁସାରେ, ଏଥିରେ ବେଞ୍ଜିନ ଥିବା ଜଣାପଡ଼ିଛି ।ସେହିପରି ଆମେରିକା ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ବା ଏଫଡିଏ ଅନୁସାରେ, ଏସବୁ ଉତ୍ପାଦ ୨୦୨୧ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ଏବଂ ସମଗ୍ର ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା ।

ବେଞ୍ଜିନ ଦ୍ୱାରା ମଣିଷକୁ କ୍ୟାନସର ହୋଇପାରେ ।ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରରେ ପ୍ରବେଶ କରିପାରେ । ଏହା ଚର୍ମ, ନାକ ଓ ପାଟି ଦେଇ ଯାଇପାରିବ । ଯାହା ଫଳରେ ଲ୍ୟୁକେମିଆ ଓ ବ୍ଲଡ୍ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଥାଏ ।

Related posts

ମିଲିଟୋପୋଲ୍‌ର ମେୟର୍‌ଙ୍କୁ ଅପହରଣ କରି ନେଇଛନ୍ତି ରୁଷୀୟ ସୈନିକ

Odisha Halchal

ଛତିଶଗଡ଼ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

Odisha Halchal

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

Odisha Halchal

Leave a Comment