ଓଡ଼ିଶା ଖବରନ୍ୟୁଜ୍

ପାଣିରେ ପଡି ଦୁଇ ଶିଶୁ କନ୍ୟାର ମୃତ୍ୟୁ

ପାଣିରେ ପଡି ଦୁଇ ଶିଶୁ କନ୍ୟାର ମୃତ୍ୟୁ

ମାଲକାନଗିରି:-(ଜି:ପ୍ର: ଓଡିଶା ହାଲଚାଲ ) ଏକ ଦୁଃଖଦ ଖବର ଯାହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ରୁ ଆସି ପ‌ହଞ୍ଚିଛି, ରାସ୍ତା କାର୍ଯ୍ୟ ପାଇଁ ଖୋଳା ଯାଇଥିବା ଏକ ଗାତରେ ଖସି ପଡ଼ି ଦୁଇ କୁନି ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଯାଇଛି।

ଏଭଳି ଅଭାନୀୟ କାଣ୍ଡ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଢେପ ସାହିରେ ଘଟିଛି । ଚାରି ବର୍ଷର ସୁଭଦ୍ରା କମାର ଏବଂ 3 ବର୍ଷର ସୁମୀ ଜାନମ , ଦୁହେଁ ଖେଳୁଥିବା ସମୟରେ ହଠାତ୍ ପାଣି ଭର୍ତ୍ତି ଗାତ ଭିତରକୁ ଖସି ପଡ଼ିଥିବା ଜଣାପଡିଛି। ଗାତ ରେ ପାଣି ଭର୍ତ୍ତି ରହିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି।

ଲୋକଙ୍କ କହିବା ଅନୁସାରେ ରାସ୍ତା ମରାମତି କାର୍ଯ୍ୟ ସମୟରେ ଗାତ ଭର୍ତ୍ତି କରି ପାଣି ରଖିଥିଲେ ଠିକାଦାର। କିନ୍ତୁ ରାସ୍ତା କାମ ସରିବା ପରେ ମଧ୍ୟ ପାଣି ଭର୍ତ୍ତି ଗାତକୁ ଖୋଲା ଛାଡି ଦେଇଥିବା ଯୋଗୁଁ ଏଭଳି ଅଭାନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି। ତେବେ ଟିକିଏ ମାତ୍ର ଭୁଲ ପାଇଁ ବୋଲି ପଡ଼ିଲା ୨ ବହୁମୂଲ୍ୟ ଜୀବନ। ମାଲକାନଗିରି

Related posts

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

Odisha Halchal

ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

Odisha Halchal

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ବିଧାୟକ ଭାବ ଭାବ ଉତ୍ତରପ୍ରଦେଶ ରାଜନୀତିରେ ରହିବେ ସକ୍ରିୟ

Odisha Halchal

Leave a Comment