ଓଡ଼ିଶା ଖବରନ୍ୟୁଜ୍

ଜଳସମ୍ପଦ ବିଭାଗ, ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ଜଳସମ୍ପଦ ବିଭାଗ, ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ

ମାଲକାନଗିରି:-ବାଲିମେଳାର ସୁରଳିକୋଣ୍ଡା ବ୍ୟାରେଜ ଠାରେ ଓଡିଶା ସରକାର, ଜଳସମ୍ପଦ ବିଭାଗ,ପୋଟେରୁ ଜଳସେଚନ ବିଭାଜନ, ବାଲିମେଳା , ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ମାଲକାନଗିରି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ପକ୍ଷ ପାଳନ ରଥର ଶୁଭ ଆରମ୍ଭ କରାଯାଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଡଃ ମହେଶ୍ୱର ଚନ୍ଦ୍ର ନାୟକ, ସିସିଈ ପୋଟେରୁ ଇରୀଗେସନ ପ୍ରୋଜେକ୍ଟର ମୁଖ୍ୟ ଚନ୍ଦ୍ର ଶେଖର ମିଶ୍ର, ରମାକାନ୍ତ ପାତ୍ର ଏସିଈ ପୋଟେରୁ ଇରିଗେସନ ପ୍ରୋଜେକ୍ଟ, ଜିଲ୍ଲାପରିଷଦ ଉନ୍ନୟନ ମୁଖ୍ୟ ରତ୍ନାକର ସାହୁ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଏସଡିସି ଅଧ୍ୟକ୍ଷ ଆଡମା ରାବା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ସହିତ ପାଣି ପଞ୍ଚାୟତ ବିଭାଗର ଅଧିକାରୀ ସହିତ ପ୍ରଶାସନିକ ର ଅନନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଗ୍ରୀନ ପତାକା ଦେଖାଇ ରଥରେ ଶୁଭାରମ୍ଭ କରିଥିଲେ. ଉକ୍ତ ପାଣିପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ପାଣିପଞ୍ଚାୟତର ସଦସ୍ୟ/ସଦସ୍ୟା ତଥା ଚାଷୀ ଭାଇ ଭଉଣୀ ମାନଙ୍କୁ ନେଇ ଏକ ବୈଠକ ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ ବୈଠକଟି ବାଲିମେଳା ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର ଏବଂ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ଅବିରାମ ବେହୁରିଆଙ୍କନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।

ମୂଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ,ପିଏ-ଆଇଟିଡିଏ ଶ୍ରୀ ତ୍ରିନାଥ ମାଝୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ। ମାଲକାନଗିରି ସାମ୍ବାଦିକ ଇଉନିୟନର ସଭାପତି ଶ୍ରୀଯୁକ୍ତ ଦେବବ୍ରତ ଦାସ, ସମ୍ମିଲିତ କର୍ମଜୀବୀ ସାମ୍ବାଦିକ ସଂଘର ସଂପାଦକ ଶ୍ରୀଯୁକ୍ତ ହରପ୍ରସାଦ ଖାଡଙ୍ଗା,ନଗର ବଣିକ ସଂଘର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର କୁଲଦୀପ, ସାଂସଦ ପ୍ରତିନିଧି ଶ୍ରୀ ମଦନ ଖୋସଲା ପ୍ରମୁଖ ସମ୍ମାନୀୟ ବ୍ୟକ୍ତି ଗଣ ସଭାରେ ଉପସ୍ଥିତ ହେବାକୁ ଦେଖାଯାଇଥିଲା। ଉକ୍ତ ବୈଠକଟିକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ସୌମନ ନାଥ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନାଲର ଉପର ମୁଣ୍ଡରୁ ତଳ ମୁଣ୍ଡ ଯାଏ ପ୍ରତ୍ୟେକ ଚାଷୀ କିପରି ଠିକ୍ ଭାବରେ ପାଣି ପାଇପାରିବେ।

ପ୍ରତ୍ୟେକ ଚାଷୀ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ଠିକ୍ ସମୟରେ ନିଜ ଜମିରେ ପାଣି ସେଚିତ କରିବା ପାଇଁ ପଟେରୁ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ବେହୁରିୟା ସୂଚନା ପ୍ରଦାନ କରିଥିଲେ। ଠିକ୍ ସେହିପରି ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀଯୁକ୍ତ ମିଶ୍ର ପ୍ରତ୍ୟେକ ପଞ୍ଚାୟତରେ ପଲ୍ଲୀ ସଭା କରିବା ତଥା ଚାଷୀ ସଚେତନତା ରଥ ବିଷୟରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ତେବେ ଆଜିର ଏହି କାର୍ଯ୍ୟକ୍ରମ ନିମନ୍ତେ ପୂର୍ବରୁ ବିଦ୍ୟାଳୟ ମାନଙ୍କର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନଙ୍କର ଆୟୋଜନ କରାଯାଇଥିଲା। ଏଥିରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚରେ ପୁରସ୍କାର ବିତରଣ କରାଯାଇଥିଲା।

ପ୍ରକାଶ ଥାଉ କି ଆଜିର ଏହି ସଭାରେ ପଟେରୁ ଜଳସେଚନ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ନବୀନ କୁମାର ଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ମାନେ ଏହି ସଭାକୁ ପରିଚାଳନା କରିବା ପାଇଁ ସାହାଯ୍ୟ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବାଲିମେଳା ବାଣୀଶ୍ରୀ କଳାନିକେତନର କଳାକାର ମାନେ ଏବଂ ସ୍ଥାନୀୟ କଳାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ବିଶୋଇ ସମସ୍ତ ମଞ୍ଚାସିନ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା।

Related posts

ଚାଲିଛି ସରପଞ୍ଚ ଙ୍କ ଜନ ଅଡିଟ

Odisha Halchal

ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର

Odisha Halchal

କାହିଁକି ଆରମ୍ଭ ହୋଇଥିଲା ଗଣମାଧ୍ୟମ

Odisha Halchal

Leave a Comment