ଅପରାଧଓଡ଼ିଶା ଖବରନ୍ୟୁଜ୍

ଶର୍ମିଷ୍ଠାଙ୍କ ଖେଳ ଶେଷ, ଭଦ୍ରକ ଜିଲ୍ଲା ନଳାଙ୍ଗ ରୁ ଗିରଫ କଲା କ୍ରାଇମବ୍ରାଞ୍ଚ,ସହଯୋଗୀ ମଧ୍ୟ ଗିରଫ

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶେଷରେ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ । ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । କେବଳ ଶର୍ମିଷ୍ଠା ନୁହେଁ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବ । ଏହାସହ ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ଖବର ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ ଭାର ଏବେ କ୍ରାଇମ୍‌ବ୍ରାଞ୍ଚ ପାଖରେ । ହତ୍ୟା ମାମଲାର ଟିକିନିଖି ଯାଞ୍ଚ କରୁଛି କ୍ରାଇମ୍‌ବ୍ରାଞ୍ଚ । ଏହିକ୍ରମରେ ରବିବାର ଦିନ୍‌ କ୍ରାଇମ୍‌ବ୍ରାଞ୍ଚ ଏକ ଟିମ୍‌ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ ଯାଇ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିଛି ତଦନ୍ତକାରୀ ଟିମ୍ ।

ମାନସ ମୃତଦେହକୁ କାର୍ ପର୍ଯ୍ୟନ୍ତ କେମିତି ନେଇଥିଲେ ଶର୍ମିଷ୍ଠା ଏବଂ କୋ । ସେଠାରୁ କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ ଏବଂ ପୋତିଥିଲେ ତାର ମଧ୍ୟ ଥ୍ରିଡି ଫୋରେନସିକ୍ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଯାଞ୍ଚ ସମୟରେ କ୍ରାଇମ୍‌ବ୍ରାଞ୍ଚ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ଏହାପରେ ତୁରନ୍ତ ପଦକ୍ଷେପ ନେଇ କ୍ରାଇମ୍‌ବ୍ରାଞ୍ଚ ଉକ୍ତ ଦୟାଲ ଆଶ୍ରମକୁ ସିଲ୍‌ କରିଥିଲା ।

Related posts

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

ବିଜେଡିର ଜନ ସଂପର୍କ ଯାତ୍ରା

Odisha Halchal

Leave a Comment