ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଋଷ-ୟୁକ୍ରେନ୍ ଯୁଦ୍ଧ: ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଦାବି କଲା ବ୍ରିଟେନ୍‌, ପ୍ରଭାବକୁ ନେଇ ବଢିଲା ବିଶ୍ୱ ସମୁହର ଚିନ୍ତା

ଋଷ-ୟୁକ୍ରେନ୍ ଯୁଦ୍ଧ ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଦାବି କଲା ବ୍ରିଟେନ୍‌

ତୃତୀୟ ସପ୍ତାହରେ ପହଞ୍ଚିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ବିବାଦର କିଛି ହେଲେ ସମାଧାର ବାଟ ବାହାରିପାରୁନାହିଁ । ବାରମ୍ବାର ଫେଲ ମାରୁଛି ଶାନ୍ତି ଆଲୋଚନା ।

ଏପଟେ ଋଷ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ୟୁକ୍ରେନ୍ ଉପରେ ଯଥାସମ୍ଭବ ଶକ୍ତି ପ୍ରୟୋଗ କରୁଛି ଋଷ । ଏବେ ସ୍ଥିତି ଏଭଳି ରହିଛି ଯେ ଋଷ ୟୁକ୍ରେନ୍ ଉପରେ ଭ୍ୟାକୁମ୍ ବୋମା ଦ୍ୱାରା ଆକ୍ରମଣ କରିବା ଆରମ୍ଭ କରିଛି ।

ଏହାକୁ ନେଇ ୟୁକ୍ରେନ୍ ପୂର୍ବରୁ ଦାବି କରି ଆସୁଥିଲା ଯେ କଟକଣା ସତ୍ୱେ ଋଷ ଭ୍ୟାକୁମ୍ ବୋମାର ବ୍ୟବହାର କରୁଛି ମାତ୍ର ଋଷ ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଥିଲା । ଏହି ପ୍ରସଙ୍ଗରେ ଆଜି ବିଟ୍ରେନ୍ ମଧ୍ୟ ଋଷ ଭ୍ୟାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଅଭିଯୋଗ କରିଛି ।

ଆଜି ବିଟ୍ରେନ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ଟ୍ୱିଟ୍ କରାଯାଇଛି । ଋଷ ଯୁଦ୍ଧ ସମୟରେ ଟିଓଏସ୍‌-ୱାନ୍‌ଏ ନାମକ ଅସ୍ତ୍ର ବ୍ୟବହାର କରୁଥିବା ବ୍ରିଟେନ୍ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ମାରାତ୍ମକ ବୋମାର ପ୍ରଭାବ କେବଳ ୟେୁକ୍ରେନ୍ ଉପରେ ପଡିବ ତାହା ନୁହେଁ ଏବେ ଭ୍ୟାକୁମ୍ ବା ଥର୍ମୋବରିକ୍ ବୋମର ପ୍ରଭାବକୁ ନେଇ ବଢିଲାଣି ବିଶ୍ୱ ସମୁହର ଚିନ୍ତା ।

ସୂଚନା ଅନୂଯାଇ ଭ୍ୟାକ୍ୟୁମ ବୋମା ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ମଧ୍ୟ ପ୍ରତିବନ୍ଧକ ଲଗାଇଛି । ଏହାର ବ୍ୟବହାର ମଣିଷ ସମାଜ ଏତେ କ୍ଷତିକାରକ ଯେ ଏହାକୁ ତିଆରି କରିବା ଉପରେ ମଧ୍ୟ କଟକଣା ରହିଛି ।

ଭ୍ୟାକ୍ୟୁମ୍ ବୋମା କୁ ଥର୍ମୋବାରିକ୍ ଅସ୍ତ୍ର ମଧ୍ୟ କୁହାଯାଏ । ଏହା ବିସ୍ଫୋରଣ ଘଟିବା ପରେ ହଠାତ୍ ବାୟୁମଣ୍ଡଳ ଶୁଷ୍କ ହେବା ସହିତ ତାପମାତ୍ରା ବୃଦ୍ଧି ପାଇଥାଏ ।

ଏକ ଭ୍ୟାକ୍ୟୁମ୍ ବମ୍‌, କିମ୍ବା ଥର୍ମୋବାରିକ୍ ଅସ୍ତ୍ର, ଏକ ଉଚ୍ଚ ତାପମାତ୍ରା ବିସ୍ଫୋରଣ ସୃଷ୍ଟି କରିବା ପାଇଁ ଆଖପାଖ ବାୟୁରୁ ଅମ୍ଳଜାନରେ ଶୋଷିଥାଏ, ଏକ ସାଧାରଣ ବିସ୍ଫୋରକ ଅପେକ୍ଷା ଏକ ଭ୍ୟାକ୍ୟୁମ୍ ବୋମା ଦୁଇଗୁଣା ସମୟର ବିସ୍ଫୋରଣ ତରଙ୍ଗ ସୃଷ୍ଟି କରିଥାଏ ଏବଂ ମାନବ ଶରୀରକୁ ବାଷ୍ପୀଭୂତ କରିବାରେ ସକ୍ଷମ ହୋଇଥାଏ ।

ଏହା ଏକ ଦୁଇ ପର୍ଯ୍ୟାୟ ମୁନିସନ୍ ଅଟେ ଯାହା ପ୍ରଥମ ଚାର୍ଜ ସହିତ କାର୍ବନ ଭିତ୍ତିକ ଇନ୍ଧନରୁ କ୍ଷୁଦ୍ର ଧାତୁ କଣିକା ପର୍ଯ୍ୟନ୍ତ ଅତି ସୂକ୍ଷ୍ମ ପଦାର୍ଥରେ ନିର୍ମିତ ଏରୋସୋଲ୍ ବାୟୁ ମଣ୍ଡଳରେ ଛାଡିଥାଏ ଯାହା ଫଳରେ ଏରୋସୋଲ ମେଘ ସୃଷ୍ଟି ହୋଇଥାଏ ।

ଏହାପରେ ଏହାର ଦ୍ୱିତୀୟ ଚାର୍ଜ ସେହି ମେଘକୁ ଏକ ଶକ୍ତ ତରଙ୍ଗ ସୃଷ୍ଟି କରି ଅମ୍ଳଜାନ ଶୋଷି ନେଇଥାଏ । ଯାହା ଫଳରେ ଅମ୍ଲଜାନର ଅଭାବ ଯୋଗୁଁ ମଣିଷ ଓ ଅନ୍ୟ ଜୀବ ଜନ୍ତୁ ମାନେ ମୃତ୍ୟୁ ବରଣ କରିଥାନ୍ତି ।

Related posts

କଣ୍ଟ୍ରାକ୍ଟର ଶିଖାଉଛନ୍ତି ନୂଆ ନିୟମ

Odisha Halchal

ବିଧାନସଭାରେ ମାରପିଟ ୫ ବିଜେପି ବିଧାୟକ ନିଲମ୍ବିତ, କେନ୍ଦ୍ରର ସହଯୋଗ ଲୋଡ଼ିଲା ଦଳ

Odisha Halchal

କୁବେର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ମାଳମାଳ ପ୍ଲଟ୍‌କୁ ପୁଳାପୁଳା ଟଙ୍କା ଠାବ

Odisha Halchal

Leave a Comment