ଓଡ଼ିଶା ଖବରନ୍ୟୁଜ୍

ଉପାନ୍ତ ଅଞ୍ଚଳରେ ନୂତନ ଥାନା ଭିଶି ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଉପାନ୍ତ ଅଞ୍ଚଳରେ ନୂତନ ଥାନା ଭିଶି ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର)ଉପାନ୍ତ ଅଞ୍ଚଳରେ ନୂତନ ଥାନା ଭିଶି ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଉପାନ୍ତ ଅଞ୍ଚଳରେ ନୂତନ ଥାନା ଭିସି ମାଧ୍ୟମରେ ଉଦ୍ଘାଟନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଧୀନରେ ଥିବା ଘଣ୍ଟାପଡ଼ା ଫାଣ୍ଡି କୁ ଆଜି ଘଣ୍ଟାପଡ଼ା ଥାନାରେ ରୁପାନ୍ତି କରଣ କରିଛନ୍ତି ରାଜ୍ୟସରକାର।

ଘଣ୍ଟା ପଡ଼ା ଥାନା ଅଧୀନରେ କଣ୍ଟାମାଳ ବ୍ଲକର ସାତ ଗୋଟି ପଞ୍ଚାୟତ ସାମିଲ ଥିବା ବେଳେ ସେଗୁଡିକ ହେଲା ଘଣ୍ଟାପଡ଼ା, କୁଲତାଯୁର୍,ଖମନ୍ ମୁଣ୍ଡା, ଖୁଣ୍ଟିଗୋରା ,ଉମା,ନାରାୟଣପ୍ରସାଦ ଓ ଆମ୍ବଗାଁ।ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତି ରାଜ ତଥା ଲୋକ ସୂଚନା ଅଧିକାର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ,କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହିଧର୍ ରଣା,

ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର୍ଷଣ ପ୍ରଧାନ,ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଈ ମିନା, ଏସ୍ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ,କଣ୍ଟାମାଳ ଆଇଆଇସି ନଳିନୀ କାନ୍ତ ଦାସ ଓ ଉକ୍ତ ଅଞ୍ଚଳର ଅନେକ ରାଜନୈତିକ ତଥା ଜନ ସାଧାରଣ ଉପସ୍ଥିତ ଥିଲେ।ଉପାନ୍ତ ଅଞ୍ଚଳରେ ନୂତନ ଥାନା ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଅଂଚଳର ଲୋକେ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।

Related posts

ଆମେରିକୀୟ ବାୟୁସେନାରେ ତିଲକ ଲଗାଇ ଡ୍ୟୁଟି କରିପାରିବେ ଭାରତୀୟ ମୂଳ ନିବାସୀ

Odisha Halchal

ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ ପାର୍ଥ: ଅର୍ପିତା

Odisha Halchal

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

Odisha Halchal

Leave a Comment