ଅପରାଧଓଡ଼ିଶା ଖବରଖେଳଦେଶ ବିଦେଶନ୍ୟୁଜ୍

ବର୍ତମାନର ବଡ ଖବର

ବର୍ତମାନର ବଡ ଖବର

୦୯/୦୧/୨୦୧୩:- (ବ୍ୟୁରୋ ଓଡିଶା ହାଲଚାଲ)୦୧-ସୁନ୍ଦରଗଡ଼କୋଇଡାରେତୁଷାର_ପାତ
ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଆହୁରି ୨ ଦିନ ପର୍ଯ୍ୟନ୍ତ ଜାଡ଼ କୋପ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତିର ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ।
୦୨-ବ୍ରହ୍ମପୁର: ବ୍ରହ୍ମପୁରରେ ପହଞ୍ଚିଲେ ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାର୍ଦ୍ଦୋଶ, ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଳୀୟ କର୍ମୀଙ୍କୁ ଭେଟିବେ, ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବେ
୦୩-ଗିରଫହେଲେଅଧୀକ୍ଷଣ_ଯନ୍ତ୍ରୀ RWSS ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ ଗିରଫ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ବିଜୟାନନ୍ଦଙ୍କର ୩ କୋଟି ୧୩ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ
୦୪-ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା । କଟନୀଛଟନୀ ପ୍ରତିବାଦରେ ତାତିଲେ ଚାଷୀ । ନବମିର୍ମାଣ କୃଷକ ସଂଗଠନ ତରଫରୁ ପ୍ରତିବାଦ ।
୦୫-କୋଚରଦମ୍ପତିଙ୍କୁଜାମିନ ଭିଡିଓକନ୍ ଓ ICICI ବ୍ୟାଙ୍କ ଋଣ ଦୁର୍ନୀତି ମାମଲା ଜେଲରୁ ମୁକୁଳିବେ ICICI ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚର ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ମଧ୍ୟ ମୁକୁଳିବେ ଉଭୟଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲା ଜାମିନ
୦୬-କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ STF କବଜାରେ ବ୍ରାଉନସୁଗାର ବେପାରୀ
କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ ନୟାଗଡ଼ ଫତେପୁରରୁ ଜବତ କଲା କ୍ରାଇମବ୍ରାଞ୍ଚ STF
୦୭-ମୃତ୍ତିକାସଂରକ୍ଷଣଅଧିକାରୀ_ଗିରଫ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ
ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଗିରଫ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ -କାଲି ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋରଙ୍କୁ ପିଛା କରି ଅରବିନ୍ଦ ନଗର ଠାରେ ଧରିଥିଲା ଭିଜିଲାନ୍ସ କିଶୋରଙ୍କ ବୁଲେଟରୁ ନଗଦ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ମିଳିଥିଲା
୦୮-ପୁରୀ ଫରେଷ୍ଟ ରେଞ୍ଜ ଭିତରେ ଦନ୍ତା ହାତୀ । ଗତକାଲି ଡେଲାଙ୍ଗ ଓ କଣାସରେ ହାତୀଟି ବୁଲୁଥିବା ସୂଚନା । ହାତୀକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ।
୦୯-କୃଷକଓପୋଲିସ୍_ଠେଲାପେଲା ରାଜଧାନୀରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ନବୀନ ନିବାସ ଆଗରେ ଆନ୍ଦୋଳନ କରିବାକୁ ଉଦ୍ୟମ ନବୀନ ନିବାସ ଯିବା ବାଟରେ ଅଟକାଇଲା ପୋଲିସ୍ କୃଷକ ଓ ପୋଲିସ୍ ମଧ୍ୟରେ ଠେଲାପେଲା
୧୦-ଭିତରକନିକାରେକୁମ୍ଭୀରଗଣନା ପଟ୍ଟାମୁଣ୍ଡାଇ: ଭିତରକନିକାରେ ଆଜିଠୁ କୁମ୍ଭୀର ଗଣନା ଆରମ୍ଭ
୪ଟି ରେଞ୍ଜରେ ୨ଟି ଟିମ୍ ଗଣନା କରୁଛନ୍ତି ଗଣନା ଗଣନା ଲାଗି ପ୍ରତି ଟିମ୍‌ରେ ୪ରୁ ୫ କର୍ମଚାରୀ ନିୟୋଜିତ
୧୧-ଆଜି ଦାଖଲ କରିବଚାର୍ଜସିଟ୍ ଇଡି ଅର୍ଚ୍ଚନା ନାଗ ମାମଲାରେ ଆଜିି ଦାଖଲ ହେବ ଚାର୍ଜସିଟ୍
୧୩୦୦ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିବ ଇଡି ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କ ବିରୋଧରେ ଦାଖଲ ହେବ ଚାର୍ଜସିଟ ଜେରାର ସମ୍ମୁଖୀନ ସମସ୍ତଙ୍କ ଅଡିଓ, ଭିଡିଓ ରେକର୍ଡ ବି ଦାଖଲ ହେବ
୧୨-ବିଦ୍ୟୁତ୍ତାର ଲାଗି ହାତୀ ମୃତ୍ୟୁ ରାଜ୍ୟରେ ହାତୀ ଥମିବାର ନାଁ ଧରୁନି । ସମ୍ବଲପୁର ସଦର ରେଞ୍ଜରୁ ଏକ ମୃତ ହାତୀ ଠାବ ।
୧୩-ଭୁବନେଶ୍ୱରରେ ରକ୍ତ ଚରିତ୍ର ରିଟର୍ଣ୍ଣସ: ଜନଗହଳିପୂର୍ଣ୍ଣ ଚନ୍ଦ୍ରଶେଖରପୁର ଅଂଚଳରେ ୩୦ରୁ ଅଧିକ ଯୁବକଙ୍କ ଗୁଣ୍ଡାରାଜ
୧୪-ଦିଲ୍ଲୀରେ ଜାନୁଆରୀ ୧୫ ଯାଏ ସବୁ ଘରୋଇ ସ୍କୁଲ ବନ୍ଦ, ଭୀଷଣ ଥଣ୍ଡା ଏବଂ ଶୀତ ଲହରକୁ ନଜରରେ ରଖି ନିଷ୍ପତ୍ତି
୧୫-ଆରମ୍ଭ ହେଲା ଫ୍ୟାଶନ ଆଣ୍ଡ ଲାଇଫ୍ ଷ୍ଟାଇଲ୍ ମେଳା, ଯୋଗଦେଲେ କ୍ରିକେଟ୍ ତାରକା ଇରଫାନ୍ ପଠାନ୍
୧୬-ପୁରୀ ଶ୍ରୀନଅରରେ ପାଳିତ ହେଉଛି ପୁଷ୍ୟାଭିଷେକ ନୀତି: ଗଜପତି ମହାରାଜଙ୍କ ହେଲା ରାଜାଭିଷେକ
୧୭-ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା
୧୮-ଭିତରକନିକା ଅଭୟାରଣ୍ୟରେ ବଢିଲା ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଆସିଛନ୍ତି ଅଧିକ ୧୮୫୨ ପକ୍ଷୀ
୧୯-ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ୮ ପ୍ରତିଶତ ଛୁଇଁଲା ସ୍ଥାୟୀ ଜମା ସୁଧହାର
୨୦-ଇତିହାସକୁ ପୁଣିଥରେ ଲେଖିବାର ଆବଶ୍ୟକତା ରହିଛି, ବାମପନ୍ଥୀମାନେ କରିଛନ୍ତି ଏପଟ ସେପଟ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବୟାନ
୨୧-ଯୋଶୀମଠ ସହରକୁ ଭୂସ୍ଖଳନ ବିପଦପ୍ରବଣ ସ୍ଥାନ ବୋଲି ଘୋଷଣା କଲେ ସରକାର: ୬୦ ପରିବାର ଉଦ୍ଧାର
୨୨-ସେନେଗାଲ୍‌ରେ ଭୟଙ୍କର ବସ୍‌ ଦୁର୍ଘଟଣା, ଚାଲିଗଲା ୩୮ ଜଣକ ଜୀବନ, ୩ ଦିନିଆ ରାଷ୍ଟ୍ରୀୟ ଶୋକ
୨୩-ପାକିସ୍ତାନରେ ଅଟା ପାଇଁ ହାହାକାର ।ଦଳାଚକଟାରେ ଜଣେ ମୃତ ।ରାୱଲପିଣ୍ଡିର ଖୋଲା ବଜାରରେ ଅଟା ଦର କିଲୋ ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଛି
୨୪-ଭୀଷଣ ଥଣ୍ଡାରେ ହୃଦଘାତ ଯୋଗୁଁ କାନପୁରରେ ପୁଣି ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୩-୪ ଦିନ ମଧ୍ୟରେ ସହରରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ପୀଡ଼ିତ ୯୮ ଜଣଙ୍କର ମୃତ୍ୟୁ ଘଟିଛି
୨୫-ଗ୍ରାହକ ବନ୍ଧକ ରଖିଥିବା କାଗଜପତ୍ର ହଜିଗଲେ SBI ଦେବ ଜରିମାନା: NCDRCଙ୍କ ବଡ଼ ନିଷ୍ପତ୍ତି
୨୬-ଭାନୁଅତୁ ଦ୍ୱୀପପୁଞ୍ଜରେ ୭.୨ ତୀବ୍ରତାର ଭୂମିକମ୍ପ, ସୁନାମୀ ଚେତାବନୀ ଜାରି

Related posts

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ସମାବେଶ

Odisha Halchal

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ବିଧାୟକ ଭାବ ଭାବ ଉତ୍ତରପ୍ରଦେଶ ରାଜନୀତିରେ ରହିବେ ସକ୍ରିୟ

Odisha Halchal

ଯୋଗୀ ସରକାରଙ୍କୁ ପ୍ରଶଂସା କଲେ ଅଭିନେତା ଗୋବିନ୍ଦା

Odisha Halchal

Leave a Comment