ଓଡ଼ିଶା ଖବରନ୍ୟୁଜ୍

ଆବାସ ଯୋଜନା ପାଇଁ ହିତାଧିକାରୀଙ୍କ ବ୍ଲକ ଘେରାଉ

ଆବାସ ଯୋଜନା ପାଇଁ ହିତାଧିକାରୀଙ୍କ ବ୍ଲକ ଘେରାଉ

ବୌଦ୍ଧ:- (ରିପୋର୍ଟ :-ଆଶିଷ ବିହାରୀ ଠାକୁର)ସବୁ ବେଳେ ଚର୍ଚ୍ଚାରେ ସେ ବିଜୁ ପକ୍କାଘର ହେଉ କି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ବୌଦ୍ ଜିଲ୍ଲାରେ ଲାଗି ରହିଛି ଉଲଟା ପଲଟା ନୀତି । ଅସନ୍ତୁଷ୍ଟ ହିତାଧିକାରୀ।ସବୁ ବ୍ଲକରେ ଦେଖିବାକୁ ମିଳିଛି ଏହି ଘରର ମହା ଘୋଟଲା।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ଥାଇ ସୁଦ୍ଧା ଏବଂ ପୁର୍ବରୁ ନାମ ଥାଇ ଏବେ ଚଞ୍ଚକତାର ଶିକାର ହୋଇ ଘରରୁ ବଞ୍ଚିତ ହଜାର ହଜାର ହିତାଧିକାରୀ ଆଜି କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଦିର୍ଘ ସମୟ ନ୍ୟାୟ ଦାବିରେ ବିଭିନ୍ନ ସ୍ଲୋଗାନ ମାନ ଦେବା ପରେ ବିଡିଓ ଆସି ଉତ୍ୟକ୍ତ ହିତାଧିକାରୀଙ୍କୁ ଭେଟିଥିଲେ । ଦିର୍ଘ ସମୟ ହିତାଧିକାରୀ ଓ ବିଡ଼ିଓଙ୍କ ମଧ୍ୟରେ ଆଲୋଚନା ହେଲା ପରେ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଯୋଡିବା ପାଇଁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବଞ୍ଚିତ ହିତାଧିକାରୀ ନଟ ବଣ୍ଡକି , ସନ ବଣ୍ଡକି, ଇନ୍ଧ୍ର ନାଗ , ପଦ୍ମାବତୀ ମହାନନ୍ଦ, ସତ୍ଯ ତାଣ୍ଡି ଭଳି ହଜାରେରୁ ଉର୍ଦ୍ଧ ହିତାଧିକାରୀ ଆଜି ଆସି ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ସମର୍ଥନରେ ଯୁବନେତା ତଥା ସମାଜସେବୀ , ଓମ୍ ପ୍ରକାଶ ମିଶ୍ର, ନାରାୟଣ କର୍ମୀ, ରାମ ତାଣ୍ଡି , ଯଦୁ ବାଘ , ଅନିଲ ପ୍ରଧାନ , ଶିବ କମ୍ପ , ଅଂଶୁମାନ କର୍ମୀ ପ୍ରମୁଖ ସାମିଲ ହୋଇ ସହଯୋଗ କରିଥିଲେ।

Related posts

ଘାଟିରେ ପିକଅପ୍ ଭ୍ୟାନ୍ ଓଲଟି ୨୦ ଜଣ ଆହତ

Odisha Halchal

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଆଜିଠୁ FD ଉପରେ ମିଳିବ ଅଧିକ ସୁଧ

Odisha Halchal

ଲୋଡିଂ ବେଲ୍ଟରେ ଚାପି ହୋଇ ଶ୍ରମିକ ମୃତ

Odisha Halchal

Leave a Comment