ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଶୁଭାରମ୍ଭ ହେଲା କୋମନା ଲୋକ ମହୋତ୍ସବ

ଶୁଭାରମ୍ଭ ହେଲା କୋମନା ଲୋକ ମହୋତ୍ସବ

ନୂଆପଡ଼ା:- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲା କୋମନା ବ୍ଲକ ସ୍ଥାନୀୟ କୋମନା ଗଡ଼ର କଳା ସଂସ୍କୃତି ଲୋକଗୀତ, ନାଚ, ସଂଗୀତ, ଐତିହ୍ୟ, ପରମ୍ପରାର ମହାପର୍ବ କୋମନା ଲୋକ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି.ଅନୁଷ୍ଟାନର ସଭାପତି ଜଗଦୀଶ ପ୍ରସାଦ ଦୁରିଆଙ୍କ ନେତୃତ୍ୱରେ ମହୋତ୍ସବ କମିଟିର କର୍ମକର୍ତ୍ତା ସମେତ ଗାଁ ଲୋକ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ବାହାରି ଗାଁର 12ଟି ସ୍ଥାନରେ ଥିବା ଦେବାଦେବୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚନା କରି ମଶାଲ ଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ ।

କୋମନା ସଦର ମହକୁମାରେ ଥିବା ଲୋକ ମହୋତ୍ସବ ରଙ୍ଗମଞ୍ଚରେ ମଶାଲ ପହଂଚିଲା ପରେ ଉତ୍ସବ ଉଦଘାଟିତ ହୋଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ଦୁରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଛତିଶଗଡ଼ ରାଜ୍ୟ ରାୟପୁର ଉତ୍ତର ବିଧାୟକ ପୁରନ୍ଦର ମିଶ୍ର ବିଶିଷ୍ଟ ଅତିଥି, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜର ପୂର୍ବ ଅଧ୍ୟକ୍ଷା ପ୍ରଫେସର ଅପୂର୍ଣ୍ଣା ମହାନ୍ତି ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, କୋମନା ସରପଞ୍ଚ ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସଦନ ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ କଳାହାଣ୍ଡି ଜୟ ସତ୍ୟମ ଅନୁଷ୍ଠାନର ପନ୍ଥୀ ନୃତ୍ୟ, ଖରିଆରର ଆମର ଯାତ୍ରା ଘୁମୁରା, ଗୋହିରାପଦରର ଘୋଡାନାଚ, ସୁନାବେଡାର ଟୁଙ୍ଗଟୁଙ୍ଗା, ସୋନପୁରର ପଏରୀ, ପଦ୍ମପୁରର ଡାଳଖାଇ, ଉଲଭାର ବଜାଶାଲ ପରିବେଷଣ କରାଯାଇଥିଲା. ଅଧ୍ୟାପକ ଡ଼. ଦୀପକ ଦାସ ମଞ୍ଚ ପରିଚାଳନା କରିଥିଲେ । ହେମଳତା ନିଆଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହୋତ୍ସବ କମିଟି ର ସମ୍ପାଦକ ମନୋଜ ଅଦା ବିବରଣୀ ପାଠ କରିଥିବା ବେଲେ ବଳରାମ ସରାଫ ପ୍ରାରମ୍ଭିକ ସଂଗୀତ ଗାନରେ ସହଯୋଗ କରିଥିଲେ । ଉକ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

Related posts

ବିଦେଶୀ ମାନଙ୍କୁ ସହର ଛାଡିବାକୁ ପାଞ୍ଚ ଘଣ୍ଟା ଯୁଦ୍ଧ ବିରାମ ଘୋଷଣା କଲା ଋଷ

Odisha Halchal

ପରଲୋକରେ ହଲିଉଡ୍‌ ସିଙ୍ଗର ଲୋରେଟା ଲିନ୍‌

Odisha Halchal

ମାଓବାଦୀ ନା ରେ ଚାନ୍ଦା ଆଦାୟ ଓ ଜଳା ପୋଡ଼ା ସନ୍ଦେହରେ ୫ ନକଲି ମାଓବାଦୀ ଗିରଫ

Odisha Halchal

Leave a Comment