ଓଡ଼ିଶା ଖବରନ୍ୟୁଜ୍

ଛାତ୍ର ଛାତ୍ରୀ ଙ୍କ ପାଇଁ ବାଧକ ସାଜିଛି ରେଳପଥ

ଛାତ୍ର ଛାତ୍ରୀ ଙ୍କ ପାଇଁ ବାଧକ ସାଜିଛି ରେଳପଥ

ବୌଦ୍ଧ (ଓଡିଶା ହାଲଚାଲ):- ଛାତ୍ର ଛାତ୍ରୀ ଙ୍କ ପାଇଁ ବାଧକ ସାଜିଛି ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ।ସେ କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର, କୋମଳ ମୋତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ କାହିଁ କେତେ ଯୋଜନା । ଗୁହାରି କରି କରି ନୟାନ୍ତ ହେଲେଣି ଗ୍ରାମବାସୀ । ଗୁହାରି ବା କରିବେ କାହାକୁ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ ।

ସରପଞ୍ଚ ଠୁ ଆରମ୍ଭ କରି ବିଧାୟକ,ମନ୍ତ୍ରୀ ପର୍ଯ୍ୟନ୍ତ । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ।ହଁ ଦର୍ଶକ ବନ୍ଧୁ ଏମିତି ଏକ ଗ୍ରାମ ଅଛି ବୌଦ୍ଧ ଜିଲ୍ଲା ରେ ଯାହାକି ଅଭିଯୋଗ କଲେ ମଧ୍ୟ ତାର ବିପରୀତ ଦେଖିବାକୁ ମିଳିଛି । ସଦର ବ୍ଲକ ର ମୁଣ୍ଡିପଦର୍ ଗ୍ରାମ ପଞ୍ଚାୟତର ଗୋପୀନାଥପୁର ଗ୍ରାମ ।ଏହି ଗୋପିନାଥପୁର ଗ୍ରାମ ରେ ୧୯୭୧ ମସିହା ରୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏକ ପ୍ରାଥମିକ ଅଛି।ଗ୍ରାମ ଠାରୁ ବିଦ୍ୟାଳୟ ଦୂରତା ୭୦୦ ମିଟର ।

କିନ୍ତୁ ଗ୍ରାମ ଏବଂ ସ୍କୁଲ ମଧ୍ଯ ରେ ନୂତନ ଭାବେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ ହେଉଅଛି । ଯାହାଫଳରେ ଗ୍ରାମ ଏବଂ ସ୍କୁଲ ମଧ୍ଯ ରେ ରେଳପଥ ଏକ ପ୍ରକାର ପାଚେରୀ ସଦୃଶ ରହି ଯାଇଛି। ଯାହାଦ୍ବାରା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୁନିକୁନି ଶିଶୁ ତଥ। ଛାତ୍ର ଛାତ୍ରୀ ମାନେ ଆସିପାରୁ ନାହାନ୍ତି।ଯଦି ବିଦ୍ୟାଳୟକୁ ଆସିଲେ ଏହିପରି ଅବସ୍ଥା । ଆପଣ ମାନେ ଦେଖିଲେ ଅନୁମାନ କରି ପରୁଥିବେ।

Related posts

ଶାକାହାରୀ କୁମ୍ଭୀର ବାବୀୟାର ମୃତ୍ୟୁ

Odisha Halchal

ଗରମତେଲରେ ନିଆଁ ଲାଗି ଅଘଟଣ

Odisha Halchal

ସିଦ୍ଧେଶ୍ବର କୃଷକ ଉତ୍ପାଦକ ସଂଘର ସଭା ଅନୁଷ୍ଠିତ

Odisha Halchal

Leave a Comment