ଓଡ଼ିଶା ଖବରନ୍ୟୁଜ୍

ଅବସର ନେଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ଅବସର ନେଲେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ରାଜ୍ୟସଭା ସାଂସଦ ଭାବେ ଅବସର ନେଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଦୀର୍ଘ ୩୦ ବର୍ଷର ରାଜନୈତିକ ଜୀବନରେ ଅନେକ ପରିବର୍ତ୍ତନ ଦେଖିଛନ୍ତି । ଲୋକସଭାରେ ହେଉ କି ରାଜ୍ୟ ସଭାରେ ହେଉ ଓଡ଼ିଶାର ପ୍ରସଙ୍ଗ ନେଇ ଶାଣିତ ସ୍ୱର ଉଠାଇଛନ୍ତି ସଂସଦରେ । ବିଜେଡି ସୁପ୍ରିମୋ ମଧ୍ୟ ତାଙ୍କୁ ଅନେକ ବଡ଼ ଏବଂ ଗୁରୁଦାୟିତ୍ଵ ଦେଇଛନ୍ତି । ଯାହାକୁ ସେ ସଠିକ୍ ନିର୍ବାହ କରିଛନ୍ତି ।

ରାଜ୍ୟସଭାରେ ସେ ଅନେକ ପ୍ରସଙ୍ଗରେ ଦଳର ସ୍ୱର ସାଜିଛନ୍ତି । ଦିଲ୍ଲୀର ୪, ଫିରୋଜ ଶାହା ସରକାରୀ ବାସଭବନରେ ରହୁଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଯାହାକୁ ବର୍ତ୍ତମାନ ସେ ଖାଲି କରିଛନ୍ତି । ଆଜି ସେ ଏହି ବାସଭବନ ଖାଲି କରିବା ସମୟରେ କହିଥିଲେ ରାଜନୀତି ଏବଂ ସଂସଦ ସମ୍ପର୍କରେ ନିଜ ଅନୁଭୂତି । ନିଜ ରାଜନୈତିକ ଜୀବନରେ ବିଜୁ ବାବୁଙ୍କଠୁ ଅନୁପ୍ରାଣିତ ଏବଂ ଦଳରେ ଅନୁଶାସନରେ ନିଜକୁ ରଖିଥିବା ଜଣେ ଅନନ୍ୟ ନେତା ପ୍ରସନ୍ନ ଆଚାର୍ଯ୍ୟ ।

ଦିଲ୍ଲୀର ସରକାରୀ ବାସଭବନ ଛାଡ଼ିବା ସମୟ ରେ ନିଜ ରଜୈନିତିକ ଜୀବନ ଏବଂ ସଂସଦର ଅନୁଭବ ବିଷୟରେ କହିଛନ୍ତି । ସେ କହିଛନ୍ତି ରାଜନୀତିରେ କେବେ ଅବସର ନଥାଏ । ଲୋକଙ୍କ ପାଇଁ କାମ କରିବାକୁ ଦଳ ଯେଉଁ ଦାୟିତ୍ଵ ଦେବ ତାକୁ ନିର୍ବାହ କରିବି । ଲୋକଙ୍କ ସହିତ ରହିବି ।

Related posts

ପୁଣି ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଟଳିଲେ ଜଣେ ଆତଙ୍କବାଦୀ

Odisha Halchal

ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

Odisha Halchal

ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି

Odisha Halchal

Leave a Comment