ଓଡ଼ିଶା ଖବରନ୍ୟୁଜ୍

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ପୋଖରୀରେ ପାଣିରେ ପଡି ଶିଶୁପୁତ୍ର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁରଥାନା ପିକୋଳ ପଞ୍ଚାୟତ ସାହିଗୋଡ଼ା ଗାଁରେ। ମୃତ ଶିଶୁପୁତ୍ର ହେଲେ ଶୁବ୍ରତ କୁମାର ନାୟକ ଙ୍କ ତିନିବର୍ଷ ର ଶିଶୁପୁତ୍ର।

ଶିଶୁପୁତ୍ରଟି କୁ ପରିବାରଲୋକେ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ ହେଲେ ଶିଶୁପୁତ୍ରଟି ପୋଖରୀ ପାଣିରେ ଭାସୁଥିବାର ଦେଖିଥିଲେ। ପରିବାରଲୋକେ ଉଦ୍ଧାରକରି ସାଲେପୁର ମେଡିକାଲକୁ ଆଣିଥିଲେ ହେଲେ ଡାକ୍ତରତାଙ୍କୁ ମୃତ ଘୋଷଣାକରିଛନ୍ତି।

ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତକରି ତଦନ୍ତ ଆରମ୍ଭ କରିଛି। ଶିଶୁପୁତ୍ରଟି ଖେଳୁଥିବା ବେଳେ ପୋଖରୀ ପାଣି ରେ ପଡି ମୃତହୋଇଥିବା ନେଇ ପରିବାରପକ୍ଷରୁ ସୂଚନା ମିଳିଛି।

Related posts

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

Odisha Halchal

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

Odisha Halchal

ମାର୍ଚ୍ଚ ସୁଦ୍ଧା ଶେଷ ହେବ IDBI ବ୍ୟାଙ୍କ ସହ ୩ କମ୍ପାନିର ବିକ୍ରି ! ସରକାରଙ୍କ ରହିଛି ଏହି ଯୋଜନା

Odisha Halchal

Leave a Comment