ଓଡ଼ିଶା ଖବରନ୍ୟୁଜ୍

ଦୁଇ ବାଇକ ମୁହାଁମୁହିଁ ଧକ୍କା

ଦୁଇ ବାଇକ ମୁହାଁମୁହିଁ ଧକ୍କା

ବୌଦ୍ଧ 🙁ରିପୋର୍ଟ :-ଆଶିଷ ବିହାରୀ ଠାକୁର ) କଣ୍ଟାମାଳ ଥାନା କଣ୍ଟାମାଳ -ମନମୁଣ୍ଡା ୪୧ନଂ ରାଜ୍ୟ ରାଜପଥ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ମୃତ ଦୁଇ ଗୁରୁତର ।ସୂଚନା ଅନୁସାରେ, ଆଜି ଅପରାହ୍ନ ୨ଘଣ୍ଟା ସମୟରେ କଣ୍ଟାମାଳ ସଦର ଥାନାର ଚିତ୍ତ ରଞ୍ଜନ ପାଣିଗ୍ରାହୀଙ୍କ ପୁଅ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓଡ଼ି୨୭ ୯୩୧୧ ଏକ ବାଇକ୍ ଯୋଗେ ମକର ମେଳା ଦେଖିବାକୁ ପଲସାଗୋରା ଆସୁଥିଲେ ।

ତାଙ୍କ ବିପରୀତ ଦିଗରୁ କଣ୍ଟାମାଳ ଥାନା ରୁଣ୍ଡିମହୁଲ ପଞ୍ଚାୟତ ଅନ୍ତର୍ଗତ ଶୁଲିଆ ଗ୍ରାମର ନରେଶ ଦନ୍ତା (୩୦) ଓ ବୁଲୁ ବସ୍ତିଆ ଓଡ଼ି ୨୭ଏ ୬୫୧୨ଏକ ବାଇକ ଯୋଗେ ପଲସାଗୋରାରୁ ମକରମେଳା ଦେଖି ନିଜ ଗ୍ରାମ ଅଭିମୁଖେ ଯାଉଥିବା ସମୟରେ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ସୌମ୍ୟରଞ୍ଜନ ଓ ନରେଶଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି ।

ବୁଲୁ ବସ୍ତିଆ ଓ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଉକ୍ତ ଚାରି ଜଣଙ୍କୁ ୧୦୮ଆମ୍ବୁଲାନ୍ସ ସାହାଯ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଡାକ୍ତର ସେଠାରେ ନରେଶ ଓ ସୌମ୍ୟଙ୍କୁ ମୃତ ଘୋଷଣା କରିଥିଲେ ।ଗୁରୁତର ମାନଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

Related posts

ଆରମ୍ଭ ହେଲା ବୌଦ୍ଧ ମହୋତ୍ସବ

Odisha Halchal

ଶେଷ ହେଲା ଆଇପିଏଲ ଢଙ୍ଗରେ ଏମ୍.ପି.ଏଲ

Odisha Halchal

CRPF ମୁଖ୍ୟାଳୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

Odisha Halchal

Leave a Comment