ଓଡ଼ିଶା ଖବରନ୍ୟୁଜ୍

ଆଜିର ଅପଟୁଡେଟ ଖବର

ଆଜିର ଅପଟୁଡେଟ ଖବର

୧-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ଟି ହସ୍ପିଟାଲ l ଏଥି ମଧ୍ୟରୁ ୧୦୩ଟି ହସ୍ପିଟାଲ ବାହାର ରାଜ୍ୟର।

୨-ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦୦୧ କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ବାରା ରାଜ୍ୟର ୨.୬୮ ଲକ୍ଷ ମା’ ଉପକୃତ ହେବେ।

୩-ଚଳିତ ବର୍ଷ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଏବେ ସୁଦ୍ଧା ରାଜ୍ୟର ୪୬୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜରେ ଏଯାଏଁ ଲାଗିନି ସିସିଟିଭି କ୍ୟାମେରା l

୪-ଜାନୁଆରୀ ୧୧ ତାରିଖରୁ ୫ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଟ୍ରକ ଧର୍ମଘଟ ଡାକରା ଦେଲେ ରାଜ୍ୟ ଟ୍ରକ ମାଲିକ ସଂଘ ସଭାପତି ବିଭୂ ପ୍ରସାଦ ଦାସ l

୫-ଫେବୃଆରୀ ତୃତୀୟ ସପ୍ତାହରେ ବସିବ ବଜେଟ ଅଧିବେଶନ, ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଉପସ୍ଥାପିତ ହେବ ଏହି ବଜେଟ l

୬-ରାଜ୍ୟରେ ଶୀତର ପ୍ରକୋପ ଜାରି, ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିପାରେ ।

୭-ବଲିଉଡ୍‌କୁ ବୟକଟ୍ ମୁକ୍ତ କରିବା ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ସୁନୀଲ ଶେଟ୍ଟୀ କଲେ ଗୁହାରି l

୮-ଇଫକୋ ଏବଂ ICAR- NRRRI ମଧ୍ୟରେ ନାନୋ ଡି.ଏ.ପି.ର କ୍ଷେତ୍ର ପରିକ୍ଷଣ ପାଇଁ ବୁଝାମଣା ପତ୍ର ହେଲା ସ୍ଵାକ୍ଷରିତ l

୯-ଏ ବର୍ଷ ଧିମେଇବ ଜିଡିପି ଅଭିବୃଦ୍ଧିର ଗତି, ୭ ପ୍ରତିଶତ ହାରରେ ବଢିବା ନେଇ ସରକାର କଲେ ଅନୁମାନ l

୧୦-ବିଶ୍ୱ ଦେଖିବ ରାଉରକେଲା ଷ୍ଟାଡିୟମର କାହାଣୀ, ନେସନାଲ ଜିଓଗ୍ରାଫି ପାଇଁ ପ୍ରସ୍ତୁତ ହେଉଛି ଫିଚର ଫିଲ୍ମ l

୧୧-ବିମାନରେ ବିଶୃଙ୍ଖଳିତ ଯାତ୍ରୀଙ୍କ ପାଇଁ ‘ନିୟନ୍ତ୍ରଣ ଉପକରଣ’ର ବ୍ୟବହାର କରିବା ପାଇଁ ଏୟାରଲାଇନ୍‌ସକୁ ନିର୍ଦ୍ଦେଶ ଦେଲେ ନିୟାମକ l

୧୨-ଜୋରଦାର ମୁହାଁମୁହିଁ ପରେ ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ । ଅସ୍ଥାୟୀ ବାଚସ୍ପତି ନିଯୁକ୍ତିକୁ ବିରୋଧ କରି ଆମ ଆଦମୀ ପାର୍ଟି ଓ ବିଜେପି ଏମଏଲସି ହେଲେ ମୁହାଁମୁହିଁ ।

୧୩-ଭୁବନେଶ୍ୱର ରେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ‘ଡେଲୋଏଟ’ ସେଣ୍ଟରର ବିଲଡିଂ ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନଵୀଵ ପଟ୍ଟନାୟକ l

୧୪-ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ପାଇଁ ଟ୍ରେନ ଚଳାଇବାକୁ ପାଖରେ ନାହିଁ ଟଙ୍କା, ମହଜୁଦ ଅଛି ମାତ୍ର ଆଉ ୩ ଦିନ ପାଇଁ ତେଲ l

୧୫-୨୩ କୋଟିରୁ ଅଧିକ ଟ୍ୱିଟର ବ୍ୟବହାକାରୀଙ୍କ ଡାଟା ହେଲା ଲିକ୍ ,ମେଲ ଆଇଡି ହ୍ୟାକ୍ କରି ଅନଲାଇନ ହ୍ୟାକିଂ ଫୋରମରେ ପକାଇଥିବା ନେଇ ଆସିଲା ସୂଚନା l

୧୬-ପାକିସ୍ତାନ ସରକାର ସହ ଯୁଦ୍ଧ ବିରତି ଚୁକ୍ତି ଭାଙ୍ଗିଯିବା ପରେ ସେନା ଉପରେ ଜୋରଦାର ଆକ୍ରମଣ କଲା ତେହେରିକ-ଏ-ତାଲିବାନ ପାକିସ୍ତାନ ବା ଟିଟିପି । ଏଥିରେ ଜଣେ ଶିଶୁଙ୍କ ସମେତ ୪ ସାଧାରଣ ନାଗରିକଙ୍କର ହେଲା ମୃତ୍ୟୁ l

୧୭-ସହରାଂଚଳ ଓ ଗ୍ରାମାଂଚଳରେ ଜନସଂଖ୍ୟା ଅନୁପାତ ସମାନତା ପାଇଁ ଜାପାନ ସରକାର କଲେ ବଡ ଘୋଷଣା । ରାଜଧାନୀ ଟୋକିଓ ଛାଡି ଗ୍ରାମୀଣ ଇଲାକାକୁ ସ୍ଥାନାନ୍ତର ହେଲେ ପରିବାରର ପ୍ରତି ସନ୍ତାନ ପିଛା ମିଳିବ ୧୦ଲକ୍ଷ ଟଙ୍କା l

୧୮-ଆଜି ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ହେବ ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚ, ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ମୈଦାନ କୁ ଓଲ୍ହାଇବ ଭାରତୀୟ ଟିମ l

୧୯-ଡ୍ରରେ ଶେଷ ହେଲୋ ଓଡ଼ିଶା- ନାଗାଲାଣ୍ଡ ରଣଜୀ ମ୍ୟାଚ୍, ପ୍ରଥମ ଇଂନିସ ଅଗ୍ରଣୀ ଭିତ୍ତିରେ ଓଡ଼ିଶାକୁ ମିଳିଲା ୩ ପଏଣ୍ଟ l

୨୦-ରାହୁଲ ଦ୍ରାବିଡ଼ ଦେଲେ ସଙ୍କେତ, ଟି-୨୦ ଅନ୍ତର୍ଜାତୀୟରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ କ୍ୟାରିୟର ଖୁବ ଶୀଘ୍ର ହେବ ସମାପ୍ତ l

Related posts

ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା

Odisha Halchal

ସିଲଭର ସିଟିରେ ଶବ୍ଦ ପ୍ରଦୂଷଣ ରୋକିବାକୁ ପୋଲିସର ପଦକ୍ଷେପ

Odisha Halchal

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

Odisha Halchal

Leave a Comment