ଓଡ଼ିଶା ଖବରନ୍ୟୁଜ୍

ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ

ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ

ଅନୁଗୁଳ:-(ବ୍ୟୁରୋ ଓଡିଶା ହାଲଚାଲ) ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ । ସକାଳୁ ସକାଳୁ ଅଙ୍ଗାରବନ୍ଧ , ଛେଳିଆପଡା, ଗଡ଼ସନ୍ତ୍ରୀ ଓ ବାରସିଂହା ଗାଁ ଭଳି ଭିନ୍ନ ଭିନ୍ନ ଗାଁରେ ଏଭଳି ହାତୀ ଆକ୍ରମଣ କରିଛି । ମିଳିଥିବା ଖବର ଅନୁଯାୟୀ ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ସାହୁ ବିଲକୁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିଭଳି ବାରସିଂହା ଗାଁର ରମେଶ ସ୍ୱାଇଁ ଶୌଚ ହେବା ପାଇଁ ଗାଁ ପାଖ ନାଳକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଛେଳିଆପଡ଼ାରେ ମଧ୍ୟ ହାତୀ ଆକ୍ରମଣରେ ସୁବାସ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଗଡ଼ସନ୍ତ୍ରୀ ଗାଁର କଟକିଆ ମାଝୀଙ୍କ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି ।

ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ଅନୁଗୁଳର ବନଖଣ୍ଡ ଅଧିକାରୀ ବିବେକ କୁମାର ସୂଚନା ଦେଇଛନ୍ତି । ମାତ୍ର ଗୋଟିଏ ହାତୀ ଭିନ୍ନ ଭିନ୍ନ ଗାଁରେ ଆକ୍ରମଣ କରିଥିବା ଜଣାପଡ଼ିଛି । ଆଉ ଭୋରରୁ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।

Related posts

ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା, ଓଲଟିଲା ବାଜା ପାର୍ଟି ପିକଅପ୍‌ ଗାଡ଼ି, ୯ ଗୁରୁତର

Odisha Halchal

ରଣବୀରଙ୍କୁ ନ୍ୟାୟ ଦେବାକୁ ଆଗେଇ ଆସିଲେ ଅମାଣ୍ଡା ସୈର୍ନି

Odisha Halchal

ଚଳନ୍ତା ସ୍କର୍ଫିଓ ଗାଡ଼ିରେ ଲାଗିଲା ନିଆଁ ଅଳ୍ପକେ ବର୍ତିଲେ ୯ ଯାତ୍ରୀ

Odisha Halchal

Leave a Comment