ଅପରାଧଓଡ଼ିଶା ଖବରନ୍ୟୁଜ୍

STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି

STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି

STF କୁ ସଫଳତା । STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି । ବଲାଙ୍ଗିର ଜିଲ୍ଲା ଟିକରପଡା-ସଇଁତଳା ରାସ୍ତା ନିକଟରୁ ଜବତ ହୋଇଛି ବାଘ ଛାଲ ।

ଗିରଫ ବ୍ୟକ୍ତି ଜଣଙ୍କ ଟିକରପଡା ଅଞ୍ଚଳର ଆଦିକନ୍ଦ ଘିୱାଲା । ଗତକାଲି ବଲାଙ୍ଗିର ଜଙ୍ଗଲରୁ ୬ ହାତୀ ଦାନ୍ତ ଜବତ କରିଥିଲା STF ।ଗତ ୨୦୨୦ରୁ ଆଜି ପର୍ଯ୍ୟନ୍ତ ୨୮ଟି ବାଘ ଛାଲ ଜବତ କରାଯାଇଛି ।

ଏହାସହ ୨୪ଟି ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୩ଟି ଜୀବନ୍ତ ବଜ୍ରକାପ୍ତା, ୩୦ କେଜି ୪୦୦ ଗ୍ରାମ୍ର ବଜ୍ରକାପ୍ତା କାତି, ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ୪୬ଟି ଶୁଆ ଜବତ କରିବା ସହ ୬୮ ବେପାରିଙ୍କୁ ଗିରଫ କରାଯାଇଛି ।

Related posts

ଆମେ ଛୋଟ ପିଲାକୁ ଧରି କୁଆଡେ଼ ଯିବୁ

Odisha Halchal

ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

Odisha Halchal

ଯୁଦ୍ଧ ପାଇଁ ସେୟାର ବଜାରରେ ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସ

Odisha Halchal

Leave a Comment