ଅପରାଧଓଡ଼ିଶା ଖବରନ୍ୟୁଜ୍

କଲେଜର ନାବାଳିକା ଛାତ୍ରୀ ଅଚେତ

କଲେଜର ନାବାଳିକା ଛାତ୍ରୀ ଅଚେତ

ସାଲେପୁରର ଏକ ପ୍ରତିଷ୍ଠିତ କଲେଜର ନାବାଳିକା ଛାତ୍ରୀ ଅଚେତ ଅବସ୍ଥାରେ ଏକ ଆବର୍ଜନା ଗୃହରୁ ଉଦ୍ଧାର ହେବା ଘାଗଣା ଘଟିବା ପରେ ମେଡିକାଲରେ ଛାତ୍ରୀର ବୟାନ ଅନୁଯାୟୀ ତାର ମାମୁଁ ସାଲେପୁର ଥାନାରେ ଏକ ଏତେଲା ଦେଇଛନ୍ତି। ଛାତ୍ରୀ ଜଣଙ୍କ କହିବା ଅନୁଯାୟୀ ପାଠ ପଢା ସାରି ବସ ଷ୍ଟାଣ୍ଟ ନିକଟ ତହସିଲ ଅଦିସ ପାଖରେ ବସ କୁ ଅପେକ୍ଷା କରିବା ସମୟରେ ପ୍ରଥମେ ଦୁଇଜଣ ଲୋକ ତାକୁ ଡାକିଥିଲେ ସେ ନ ଶୁଣିବାରୁ ଆଉ ଜଣେ କଲେଜ ଡ୍ରେସପିନ୍ଧା ଝିଅ ଆସି ତାକୁଡାକି ଥିଲେ ।

କିଛି ବାଟ ସେ ଝିଅ ସହ ଯିବା ପରେ ତାକୁ ପଛପଟୁ କୌଣସି ଜିନିଷ ସୁଂଘାଇ ଦେବା ପରେ ସେ ଚେତାଶୂନ୍ୟ ହେଇଯାଇଥିଲେ। ପରେ ଏକ କାର ଭିତରେ ତାର ପୁଣି ଚେତା ଆସିଥିଲା ।

ସେଠାରେ ମଧ୍ୟ ତାକୁ ପୁନଃ କିଛି ସୁଂଘାଇ ବାରୁ ସେ ଚେତାଶୂନ୍ୟ ହୋଇପଡିଥିଲେ। ତେବେ ସେ ସେମାନଙ୍କୁ ଆଗରୁ ଦେଖିନଥିଲେ ବି ଦେଖିଲେ ଚିହ୍ନିପାରିବ ବୋଲି କହିଛି। ତେବେ କଣ ଏଭଳି କାଣ୍ଡ ହେଲା ସେ କିଛି ଜାଣିନାହିଁ । ଏବଂ ଏହି ଘଟଣାର ତଦନ୍ତ କରି ସଠିକ କାରଣ ଜାଣିବା ସହ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବସ୍ତିର ସରଦାର ଦାବି କରିଛନ୍ତି।

Related posts

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

Odisha Halchal

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Halchal

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

Odisha Halchal

Leave a Comment