ଓଡ଼ିଶା ଖବରନ୍ୟୁଜ୍

ଆଦିବାସୀ ଜିଲ୍ଲା ମାନ୍ୟତା ନେଇ ଆନ୍ଦୋଳନ ଦାବି ତେଜିଲା

ଆଦିବାସୀ ଜିଲ୍ଲା ମାନ୍ୟତା ନେଇ ଆନ୍ଦୋଳନ ଦାବି ତେଜିଲା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦମପୁର ଉପଖଣ୍ଡ ଅଂଚଳକୁ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ପରେ କୁଚିଣ୍ଡା ଉପଖଣ୍ଡ ଅଂଚଳକୁ ଆଦିବାସୀ ଜିଲ୍ଲା ମାନ୍ୟତା ଦାବି ଆନ୍ଦୋଳନ ତେଜିଛି। ମଙ୍ଗଳବାର କୁଚିଣ୍ଡା ବାର ଏସୋସିଏସନ ଆବାହକତ୍ୱରେ ଜମନକିରା ପଂଚାୟତ ସମିତି ସଭା ଗୃହ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜମନକିରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଆଶ୍ରିତା ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗ ଦେଇଥିଲେ। ବୈଠକ ପ୍ରାରମ୍ଭରେ କୁଚିଣ୍ଡା ବାର ଏସୋସିଏସନ ସଭାପତି ପ୍ରମୋଦ ଛୁରିଆ କୁଚିଣ୍ଡା ଉପଖଣ୍ଡ ଅଂଚଳକୁ ଆଦିବାସୀ ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗ ଉପରେ ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବକ୍ତ୍ୟବ ମାଧ୍ୟମରେ ସେ କୁଚିଣ୍ଡା ଉପଖଣ୍ଡ ଅଂଚଳ ହେଉଛି ରାଜନୈତିକ, ଅର୍ଥନୈତିକ, ବିକାଶ କ୍ଷେତ୍ରରେ ଅବହେଳିତ ରହିଥିବା କହିଥିଲେ।

ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ସମୟରେ ରାଜ୍ୟରେ ୩୦ ଜିଲ୍ଲା ଘୋଷଣା ହୋଇଥିବା ବେଳେ କୁଚିଣ୍ଡା ଉପଖଣ୍ଡ ସେଥିରୁ ବଞ୍ଚିତ ହୋଇଥିଲା। ଏବେ ଅଂଚଳକୁ ଜିଲ୍ଲା ମାନ୍ୟତା ମିଳିଲେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗ, ପଦାଧିକାରୀ , ସରକାରୀ ଅଫିସ, କୋର୍ଟ କଚେରୀ ଆଦି ଅନେ ସରକାରୀ କାର୍ଯ୍ୟାଳୟ ଖୋଲିବ। ଏହାଦ୍ବାରା ରାଜ୍ୟ ରାଜକୋଷରୁ ଜିଲ୍ଲାକୁ ପର୍ଯ୍ୟାପ୍ତ ଅନୁଦାନ ମିଳିବା ସହ ବିକାଶ ଧାରା ବୃଦ୍ଧି ପାଇବ। ତେଣୁ କୁଚିଣ୍ଡା ବାର ଆସୋସିଏସନ ଏହାର ନେତୃତ୍ୱ ନେଉଥିବା ବେଳେ ଉପଖଣ୍ଡ ଅଂଚଳରେ ପ୍ରତି ପଞ୍ଚାୟତରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ହେଲେ ସମସ୍ତ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ତେଣୁ ପ୍ରତି ପଂଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ନିଜ ପଂଚାୟତରେ ପଲ୍ଲୀ ସଭା, ଗ୍ରାମସଭା ଏବଂ ପଂଚାୟତ ସମିତି ବୈଠକରେ ଆଦିବାସୀ ଜିଲ୍ଲା ମାନ୍ୟତା ପ୍ରସଙ୍ଗ ଅନୁମୋଦନ କରିବାକୁ ଅନୁରୋଧ କରଯାଇଥିଲା। ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ବ୍ଲକ ସ୍ତରରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ହେଇଥିଲା।

ଏଥିରେ ବରିଷ୍ଠ ଆଇନଜୀବୀ ସରୋଜ ପଟ୍ଟନାୟକ ଆବାହକ ଏଵଂ ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ ସମ୍ପାଦିକା ତଥା ସାମ୍ୱାଦିକ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଂଚ, ୱାର୍ଡ ସଭ୍ୟ ବୃନ୍ଦ, ବିଭିନ୍ନ ସାମାଜିକ ଅନୁଷ୍ଠାନର ସଭାପତି, କ୍ଲବ୍ ସଭାପତି, ରାଜନୈତିକ ଦଳର ସଭାପତି ପ୍ରମୁଖ କ୍ରିୟାନୁଷ୍ଠାନ କମିଟିର ସଭ୍ୟ ରହିବେ ବୋଲି ଘୋଷଣା କରାଯାଇଥିଲା। କୁଚିଣ୍ଡା ବିଧାୟକ ଶ୍ରୀ ନାଏକ କହିଥିଲେ, ଜନସାଧାରଣ ଚାହିଁଲେ ଜିଲ୍ଲା ମାନ୍ୟତା ଆନ୍ଦୋଳନ ଆହୁରି ବ୍ୟାପକ ହେବ। ମଜବୁତ ଗଣ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଜିଲ୍ଲା ଘୋଷଣା କରିବାକୁ ବାଧ୍ୟ ହେବେ ବୋଲି କହିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଦାନୀ, ଆଇନଜୀବୀ ସଚ୍ଚିଦାନନ୍ଦ ଶର୍ମା, ହୃଦାନନ୍ଦ ଶର୍ମା, ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା ପ୍ରମୁଖ ନିଜର ମତ ରଖିଥିଲେ। ବୈଠକରେ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଖୁଣ୍ଟିଆ ସମେତ ବ୍ଲକ ଅଂଚଳର ୨୧ ଗୋଟି ପଂଚାୟତ ସରପଂଚ, ସମିତି ସଭ୍ୟ, ସାମ୍ୱାଦିକ ସତ୍ୟପ୍ରିୟ ମହାପାତ୍ର, ଅକ୍ଷୟ ଦେହୁରୀ, ଲିପନ ନାଏକ, ଅମୁଲ୍ୟ ରଞ୍ଜନ ସ୍ୱାଇଁ, ସଚ୍ଚିକାନ୍ତ ସାହୁ, ରାଜେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

Odisha Halchal

ଆରଏମ୍‌ସି ଇନ୍ସପେକ୍ଟରଙ୍କ ଘରେ ପଶିଲା ଭିଜିଲାନ୍ସ

Odisha Halchal

ଲୁଟ ସୁନା ଗହଣା ସହ ଦୁଇ ଲୁଟେରାଙ୍କୁ କାବୁ କଲା ପୋଲିସ

Odisha Halchal

Leave a Comment